ପେନସନ ଭୋଗୀଙ୍କ ଦାବିପତ୍ର ପ୍ରଦାନ
ବଲାଙ୍ଗୀର,୨୬ ମାର୍ଚ୍ଚ(ହି.ସ.) – ଅଷ୍ଟମ ବେତନ କମିଶନ ପେନସନ ଭୋଗୀଙ୍କ ପେନସନ ଉପରେ ତାରତମ୍ୟ ରଖୁଥିବାର ଜଣାଯିବାରୁ ଅଖିଳ ଭାରତୀୟ ପେନସନ ଭୋଗୀ ସଂଘ ତରଫରୁ ଦେଶ ସାରା ଦାବି ପତ୍ର ଦିଆଯାଉଅଛି। ଏହି କ୍ରମରେ ଅଖିଳ ଓଡିଶା ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ତରଫରୁ ଓ ବଲାଙ୍ଗିର ଜିଲ୍ଲା ପେନସନ ଭ
ପେନସନ ଭୋଗୀଙ୍କ ଦାବିପତ୍ର ପ୍ରଦାନ


ବଲାଙ୍ଗୀର,୨୬ ମାର୍ଚ୍ଚ(ହି.ସ.) – ଅଷ୍ଟମ ବେତନ କମିଶନ ପେନସନ ଭୋଗୀଙ୍କ ପେନସନ ଉପରେ ତାରତମ୍ୟ ରଖୁଥିବାର ଜଣାଯିବାରୁ ଅଖିଳ ଭାରତୀୟ ପେନସନ ଭୋଗୀ ସଂଘ ତରଫରୁ ଦେଶ ସାରା ଦାବି ପତ୍ର ଦିଆଯାଉଅଛି। ଏହି କ୍ରମରେ ଅଖିଳ ଓଡିଶା ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ତରଫରୁ ଓ ବଲାଙ୍ଗିର ଜିଲ୍ଲା ପେନସନ ଭୋଗୀ ସଂଘ ତଥା ତୁଷୁରା ଶିକ୍ଷକ କର୍ମଚାରୀ ସଂଘ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ବଲାଙ୍ଗିର ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ପାଇଁ ସର୍ବଶ୍ରୀ ପୁରନ୍ଦର ଦାଶ, ସୁଧାଂଶୁ ଶେଖର ବାବୁ, ଛାୟାକାନ୍ତ ସାହୁ, ଶେଷଦେବ ପଟ୍ଟନାୟକ, ରାମଚନ୍ଦ୍ର ପ୍ରଧାନ ଇତ୍ୟାଦି ପେନସନ ଭୋଗୀ ଅତିରିକ୍ତ ଜିଲ୍ଲାପାଳ ବଲାଙ୍ଗିରଙ୍କୁ ଦାବିପତ୍ର ପ୍ରଦାନ କଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande