
ଜୟପୁର, ୨୬ ମାର୍ଚ୍ଚ (ହି.ସ.)- ଜୟପୁର ଉପ ଜିଲାପାଳଙ୍କ କାର୍ଯ୍ୟ।ଳୟକୁ ଆଜି ଶତାଧିକ ଚାଷୀ ଘେରାଉ କରି ଦାବିପତ୍ର ପ୍ରଦାନ କରିଛନ୍ତି । ରବି ଚାଷ ପଞ୍ଜିକରଣ ଅବଧି ବଢାଇବାକୁ ଦାବି କରି ଘେରାଉ ବିକ୍ଷୋଭ କରିଛନ୍ତି ଚାଷୀ । ଉପ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଗତ ୧୦.୩.୨୬ ତାରିଖରେ ରବି ଧାନ ବିକ୍ରୟ ନିମନ୍ତେ ପଞ୍ଚିକରଣ କରିବାକୁ ଘୋଷଣା କରିଥିଲେ ସରକାର । କିନ୍ତୁ ନବିକରଣ ଫର୍ମ ତିନି ଚାରି ଦିନପରେ ଲ୍ୟାମ୍ପରେ ଦିଆଯାଇଛି ଏବଂ ମହିଳା ସ୍ୱଂୟ ସହାୟକ ଗୋଷ୍ଠି ପଞ୍ଜିକରଣ ଡାଟା ୫ ଦିନ ପରେ କୁମୁଲିପୁଟ ଲ୍ୟାମ୍ପକୁ ହସ୍ତାନ୍ତର କରାଯାଇଛି । ଲ୍ୟାମ୍ପର ଏମଡି ଚାଷୀ ମାନଙ୍କୁ ବଂଶାବଳି ନଦେଲେ କିଶମ, ଧାନ ଦୁଇ, ତିନି ଚାଷ ହୋଇଥିବା ଜଳସେଚିତ ଜମିକୁ ପଞ୍ଜି କରଣ କରିବାକୁ ମନା କରୁଛନ୍ତି । ଏଥିପାଇଁ ଚାଷୀମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାସହ ସରଭର ଡାଉନ ମଧ୍ୟ ଲାଗି ରହିଛି । ବଂଶାବଳି ମାଗିଲେ ଆରଆଇ, ତହସିଲଦାର ଦେଉ ନାହିଁନ୍ତି । ଚାଷି କଣ କରିବ ରାତ୍ର ୧୨ଟା ଯାଏ ଚାଷିମାନେ ଲମ୍ବା ଲାଇନରେ ଠିଆ ହୋଇଥିବା ବେଳେ ରାତ୍ର ୧୨ଟା ସମୟରେ ସାଇଡ ବନ୍ଦ ହୋଇଗଲା । । ତେଣୁ ସରକାର ବଂଶାବଳି ଓ କିସମ ବାଦ୍ ଦେଇ ପଞ୍ଜିକରଣ କରିବା ନିମନ୍ତେ ୨୦ ଦିନ ସମୟ ବୃଦ୍ଧି କରାଯାଉ । ବର୍ତମାନ ସୁଦ୍ଧା କୁମୁଲିପୁଟ ଲ୍ୟାମ୍ପ ଅଧିନରେ ଥିବା ଜାମୁଣ୍ଡା, ହାଡିଆ, କୁମୁଲିପୁଟ, ଆମ୍ବାଗୁଡା ଆଦି ଅଞ୍ଚଳର ପ୍ରାୟ ୧୨ ଶହରୁ ଊର୍ଦ୍ଧ୍ଵ ଚାଷି ପନ୍ଜିକରଣ କରିବାରୁ ବଞ୍ଜିତ ହୋଇଛନ୍ତିା ଯଦି ରାଜ୍ୟ ସରକାର ପଞ୍ଜିକରଣ ଅବଧି ନବଢାଇବେ ତେବେ ରାସ୍ତା ଅବରୋଧ, ଚକ, ଅଖ, ଅଫିସ ବନ୍ଦ କରିବାକୁ କୁମୁଲିପୁଟ ଚାଷି ସଭାପତି ତ୍ରିନାଥ ମୁଦୁଲି, ଲ୍ୟାମ୍ପ ସଭାପତି ସୁଦିପ ପଦାର, ଚାଷି କୁନୁ ଗୌଡ, ବାବୁଲା ପଟ୍ଟନାୟକ ପ୍ରଦିପ୍ତ କୁମାର ଗୌଡ ସମେତ ଶତାଧିକ ଚାଷି ଚେତାବନୀ ଦେଇଛନ୍ତି । ଏହି ସମସ୍ୟା ଯେ ଜୟପୁର ଉପଖଣ୍ଡରେ ଦେଖାଯାଇଛି । ଏପଟେ ଚାଷିଙ୍କ ସମସ୍ୟାର ସମାଧାନ କରିବାକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ବିଧାନସଭାରେ ଦାବି କରିଛନ୍ତି । ଚାଷି ପନ୍ଜିକରଣ ହୋଇପାରୁ ନାହିଁ । ଲ୍ୟାମ୍ପରେ ଓ ରେଜିଷ୍ଟ୍ରେସନ ସ୍ଥାନରେ ଚାଷି ଅପେକ୍ଷା କରିଥିବା ବେଳେ ବନ୍ଦ ହୋଇଯାଇଛି । ସାରା ରାଜ୍ୟରେ ଲକ୍ଷ ଲକ୍ଷ ଚାଷି ପନ୍ଜିକରଣ କରିବେ, ତେଣୁ ଚାଷି ମାନେ ଯେପରି ପଞ୍ଜିକରଣ କରିପାରିବେ ସେଥିପାଇଁ ଅବଧି ବଢାଇବା ସହ ଚାଷିଙ୍କ ସମସ୍ୟା ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଯଦି ନକରିବେ ତେବେ ଚାଷି ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି