ଭାରତୀୟ ବିଦ୍ୟା ନିକେତନ, ବିଲାଇସର୍ଡାର ସଫଳତା
ବଲାଙ୍ଗିର, ୨୬ ମାର୍ଚ୍ଚ (ହି.ସ.)- ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁନ୍ତଲା ବ୍ଲକ ସ୍ଥିତ ବିଲାଇସର୍ଡା ଭାରତୀୟ ବିଦ୍ୟା ନିକେତନର ୨ ଜଣ ଛାତ୍ର ଛାତ୍ରୀ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସଫଳତା ପାଇଥିବା ଛାତ୍ର ଛାତ୍ରୀମାନେ ହେଲେ ଆଦିତ୍ୟ ନାଏକ ଓ ସୁପ୍ର
ଭାରତୀୟ ବିଦ୍ୟା ନିକେତନ, ବିଲାଇସର୍ଡାର ସଫଳତା


ବଲାଙ୍ଗିର, ୨୬ ମାର୍ଚ୍ଚ (ହି.ସ.)-

ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁନ୍ତଲା ବ୍ଲକ ସ୍ଥିତ ବିଲାଇସର୍ଡା ଭାରତୀୟ ବିଦ୍ୟା ନିକେତନର ୨ ଜଣ ଛାତ୍ର ଛାତ୍ରୀ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସଫଳତା ପାଇଥିବା ଛାତ୍ର ଛାତ୍ରୀମାନେ ହେଲେ ଆଦିତ୍ୟ ନାଏକ ଓ ସୁପ୍ରଭା କୁମ୍ଭାର । ଏହି ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସଫଳତା ପାଇବାର ଦେଖି ଅଂଚଳର ବୁଦ୍ଧିଜିବୀ, ଅଭିଭାବକ ତଥା ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି । ବିଦ୍ୟାଳୟର ପରିଚାଳନା କମିଟି ପୁରାତନ ଓ ନୂତନ ସଦସ୍ୟ ସଦସ୍ୟା, ଗୁରୁଜୀ, ଗୁରୁମାଙ୍କ ସମେତ ଭାଇ ଭଉଣୀମାନେ ଅଭିନନ୍ଦନ, ଶୁଭେଚ୍ଛା ସହ ଶୁଭକାମନା ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande