ରାମେଶ୍ଵରମର ସାତ ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା
ରାମେଶ୍ଵରମ, ୨୬ ମାର୍ଚ୍ଚ (ହି.ସ.)- ଗୁରୁବାର ସକାଳେ ତାମିଲନାଡୁର ରାମେଶ୍ୱରମ୍ ବନ୍ଦରରୁ ଅନୁମତି ନେଇ ସମୁଦ୍ରରେ ମାଛ ଧରିବାକୁ ଯାଇଥିବା ସାତ ଜଣ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା କର୍ମଚାରୀମାନେ ଗିରଫ କରିଛନ୍ତି । ସେମାନଙ୍କ ଠାରୁ ଦୁଇଟି ମୋଟରବୋଟ୍ ମଧ୍ୟ ଜବତ କରାଯାଇଛି । ଯାହାକୁ ନେଇ ଆଖପାଖ
ରାମେଶ୍ଵରମର ସାତ ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା


ରାମେଶ୍ଵରମ, ୨୬ ମାର୍ଚ୍ଚ (ହି.ସ.)- ଗୁରୁବାର ସକାଳେ ତାମିଲନାଡୁର ରାମେଶ୍ୱରମ୍ ବନ୍ଦରରୁ ଅନୁମତି ନେଇ ସମୁଦ୍ରରେ ମାଛ ଧରିବାକୁ ଯାଇଥିବା ସାତ ଜଣ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା କର୍ମଚାରୀମାନେ ଗିରଫ କରିଛନ୍ତି । ସେମାନଙ୍କ ଠାରୁ ଦୁଇଟି ମୋଟରବୋଟ୍ ମଧ୍ୟ ଜବତ କରାଯାଇଛି । ଯାହାକୁ ନେଇ ଆଖପାଖ ଅଂଚଳର ମତ୍ସ୍ୟଜୀବୀଙ୍କ ମଧ୍ୟରେ ଆକ୍ରୋଶ ଭାବ ପରିଲକ୍ଷିତ ହୋଇଛି ।

ଗୁହାଯାଉଛି ଯେ, ଆଜି ବନ୍ଦରରୁ ଅନୁମତି ନେଇ ଅନେକ ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ଧରିବାକୁ ଯାଇଥିଲେ । ଠିକ୍ ସେତିକି ବେଳେ ନେନ୍ଦୁତିବୁ(ଡେଲଫ୍ଟ ଦ୍ୱୀପ) ନିକଟରେ ପାଟ୍ରୋଲିଂ କରୁଥିବା ଶ୍ରୀଲଙ୍କା ନୌସେନା ସୀମା ପାର୍ କରିବା ଅଭିଯୋଗରେ ସାତ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲା । ଶ୍ରୀଲଙ୍କା ନୌସେନା ସେମାନଙ୍କର ଦୁଇଟି ମୋଟରବୋଟ୍ ମଧ୍ୟ ଜବତ କରିଥିଲେ । ଶ୍ରୀଲଙ୍କା ସେନା କର୍ମଚାରୀମାନେ ସମସ୍ତ ସାତ ଜଣ ଗିରଫ ମତ୍ସ୍ୟଜୀବୀଙ୍କୁ କାଙ୍ଗେସନ୍ ନୌସେନା ଶିବିରକୁ ନେଇଯାଇଥିଲେ, ଯେଉଁଠାରେ ସେମାନଙ୍କୁ ସେମାନଙ୍କର କଥିତ ସୀମା ପାର୍ ମାଛ ଧରିବା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ପଚରାଉଚରା କରାଯାଉଛି । ଶିବିରରେ ପଚରାଉଚରା ପରେ, ମତ୍ସ୍ୟଜୀବୀଙ୍କୁ ମନ୍ନାର ଜିଲ୍ଲାର ମତ୍ସ୍ୟ ବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହାପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇ ଜେଲ୍ ପଠାଯିବାର ସମ୍ଭାବନା ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande