ବରିଷ୍ଠ ସମାଜସେବୀଙ୍କ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡା, ୨୬ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ପୈାରାଂଚଳର ଗୋପ ଗ୍ରାମର ବାସିନ୍ଦା ବରିଷ୍ଠ ନାଗରିକ ସ୍ଵର୍ଗତ ମଧୁସୂଦନ ରାଉତଙ୍କ ଦ୍ୱାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ରାଉତ ୮୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବରିଷ
-------------ବରିଷ୍ଠ ସମାଜସେବୀଙ୍କ ଶ୍ରଦ୍ଧାଞ୍ଜଳି ସଭା


କେନ୍ଦ୍ରାପଡା, ୨୬ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ପୈାରାଂଚଳର ଗୋପ ଗ୍ରାମର ବାସିନ୍ଦା ବରିଷ୍ଠ ନାଗରିକ ସ୍ଵର୍ଗତ ମଧୁସୂଦନ ରାଉତଙ୍କ ଦ୍ୱାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ରାଉତ ୮୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ବିଜେପି ନେତ୍ରୀ ଗୀତାଞ୍ଜଳୀ ସେଠୀ, ରାଜେଶ ମହାନ୍ତି, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, କାଳୀ ପ୍ରସାଦ ମିଶ୍ର, ଦୁର୍ଗା ପ୍ରସାଦ ପତି, ସମାଜସେବୀ ରଞ୍ଜିତ ସାହୁ, ବିଜୟ ମଣ୍ଡଳ, ଶରତ ବେହୁରା, ଡ଼ଃ. ଜ୍ୟୋସ୍ନାରାଣୀ ଜେନା, ଅମୀୟ ଜେନା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ରାଉତଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ସ୍ୱର୍ଗତ ରାଉତଙ୍କ ବୋହୂ ତଥା କାଉନସିଲର ଶୁଭଶ୍ରୀ ସ୍ୱାଇଁ, ପୁଅ ପୂର୍ବତନ କାଉନସିଲର ଦେବେନ୍ଦ୍ର ରାଉତ, ରବିନ୍ଦ୍ର ରାଉତ, ଉପେନ୍ଦ୍ର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande