
କେନ୍ଦ୍ରାପଡା, ୨୬ ମାର୍ଚ୍ଚ (ହି.ସ.)- କେନ୍ଦ୍ରପଡ଼ା ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ତରଫରୁ “ପୃଥିବୀର କନ୍ୟା : ଭାରତରେ ପ୍ରକୃତିର ସୁରକ୍ଷା କରୁଥିବା ନାରୀ” ଶୀର୍ଷକର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ। ଡ. ବାସନ୍ତୀ ଶୁକ୍ଳାଙ୍କ ପୌରୋହିତ୍ୟ କରିବା ସହିତ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ବିଭାଗର ମୁଖ୍ୟ ଡଃ. ସୁଜାତା ଭଟ୍ଟ ଅତିଥି ପରିଚୟ ପ୍ରଦାନ କରି ଆଲୋଚନାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ପ୍ରଶାସନିକ ଅଧିକାରୀ ପ୍ରଫେସର ସବିତା ଦାସ ପ୍ରକୃତି ଏବଂ ମହିଳାମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ସଂକ୍ଷେପରେ ଆଲୋଚନା କରିଥିଲେ । ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରଫେସର ଡ॰ସୁଚରିତା ମିଶ୍ର ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ଭାରତୀୟ ମହିଳାମାନଙ୍କର ପ୍ରକୃତିପ୍ରତି ଥିବା ଅବଦାନ ଏବଂ ସେମାନଙ୍କର ସଂଘର୍ଷକୁ ବିଶେଷ ଭାବେ ବର୍ଣ୍ଣନା କରିଥିଲେ । ଅଧ୍ୟାପିକା ବିଜୟାଲକ୍ଷ୍ମୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଆଲୋଚନାଚକ୍ରରେ ସମାଜ ବିଜ୍ଞାନ ବିଭାଗର ସମସ୍ତ ଛାତ୍ରୀ ଓ ବିଭାଗର ଅଧ୍ୟାପିକା ରୀଚା ପ୍ରଧାନ, ଅଧ୍ୟାପିକା ଏରିକା ମହାନ୍ତି ଓ ଅନ୍ୟାନ୍ୟ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି