
କେନ୍ଦ୍ରାପଡା, ୨୬ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଉର୍ଦୁ ଲାଇବ୍ରେରୀ ଠାରେ ଓଡିଶା ଉର୍ଦ୍ଧ୍ୱୁ ଏକାଡେମୀ ତରଫରୁ ଓଡିଶାର ଉର୍ଦ୍ଧୁ ଶିକ୍ଷକମାନଙ୍କର ଶିକ୍ଷାଦାନ ଅଭିମୁଖୀକରଣ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ମଣ୍ଡଳଶିକ୍ଷା ଅଧିକାରୀନାରାୟଣ ପ୍ରସାଦ ମନ୍ତ୍ରୀମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ସହମଣ୍ଡଳ ଅଧିକାରୀ ବଳଦେବ ପ୍ରସାଦ ଜେନା, ସହମଣ୍ଡଳ ଅଧିକାରୀ ଡେରାବିଶ ଦେବଦତ ଶତପଥି ଅତିଥିଭାବେ ଯୋଗ ଦେଇଥିଲେ । ଓଡିଶା ଉର୍ଦୁ ଏକାଡେମୀର ସଂଯୋଜକ ସେକ୍ ମହମ୍ମଦ ଫୟାଜୁଦ୍ଦିନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୫ଟି ବ୍ଲକରୁ ଉପସ୍ଥିତ ଥିବା ଶତାଧିକ ଉର୍ଦ୍ଧ୍ୱୁ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କୁ ଆଧୁନିକ ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କୁ ଯୋଡିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମନସ୍ତତ୍ୱ ବିଭାଗରେ ଟପ୍ପର ହୋଇଥିବା ଛାତ୍ରୀ ସାଦିଆ ପରୱିନ୍ ଓ ଇଂରାଜୀ ବିଭାଗରେ ଟପ୍ପର ହୋଇଥିବା ଆଫରିନ୍ ଫିର୍ଦ୍ଦୋଷ ଫିରୋଜଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।
ଆୟୋଜିତ ଏହି ଉଦଯାପନୀ ଉତ୍ସବରେ ବରିଷ୍ଠ ଶିକ୍ଷକ ମହମ୍ମଦ ଅଜଗର ଅଲ୍ଲୀ ମଂଚ ପରିଚାଳନା କରିଥିବା ବେଳେ ସିଆର୍ସିସି ଅଚ୍ୟୁତାନନ୍ଦ ସାମଲ, ଶିକ୍ଷକ କିଶୋର ଚନ୍ଦ୍ର ଜେନା, ସିଆର୍ସିସି ସେକ୍ ନସିମୁଦ୍ଦିନଙ୍କ ସମେତ ସେକ୍ ଅକିମ୍ ଖାଁ, ଅକ୍ତର ଅଲ୍ଲୀ ପ୍ରମୁଖ ସହଯୋଗ କରିଥିବାବେଳେ ମୈାଲାନା ଫସିଉଲ୍ଲା ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି