ରାଜ୍ୟ ମହିଳା ଆୟୋଗ ସଦସ୍ୟାଙ୍କ ଅଧ୍ୟକ୍ଷତାରେ ମହିଳା ସୁରକ୍ଷା ଓ ଆଇନ ସଚେତନତା କାର୍ଯ୍ୟକ୍ରମ ମହିଳାଙ୍କ ଅଧିକାର ଓ ସୁରକ୍ଷା ଆଇନ ଉପରେ ବ୍ୟାପକ ସଚେତନତା
Women awareness programme
ରାଜ୍ୟ ମହିଳା ଆୟୋଗ ସଦସ୍ୟାଙ୍କ ଅଧ୍ୟକ୍ଷତାରେ ମହିଳା ସୁରକ୍ଷା ଓ ଆଇନ ସଚେତନତା କାର୍ଯ୍ୟକ୍ରମ ମହିଳାଙ୍କ ଅଧିକାର ଓ ସୁରକ୍ଷା ଆଇନ ଉପରେ ବ୍ୟାପକ ସଚେତନତା


ଝାରସୁଗୁଡ଼ା, ୨୬ ମାର୍ଚ୍ଚ (ହି.ସ.) - ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ମହିଳାମାନଙ୍କ ସୁରକ୍ଷା, ସଶକ୍ତିକରଣ ଏବଂ ଆଇନଗତ ସଚେତନତାକୁ ପ୍ରାଧାନ୍ୟ ଦେଇ ଦୁଇଦିନିଆ ବ୍ଲକ୍ ସ୍ତରୀୟ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମାର୍ଚ୍ଚ ୨୫ ଓ ୨୬ ରିଖରେ ଯଥାକ୍ରମେ କିର୍ମିରା ବ୍ଲକ୍ କ୍ୟାମ୍ପସ ଏବଂ ବେଳପାହାଡ଼ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗଦେଇ ନିଜର ଅଧିକାର ଓ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଶିକ୍ଷା ଲାଭ କରିଛନ୍ତି।

କିର୍ମିରା ବ୍ଲକ୍ରେ ସଚେତନତା ଶିବିର- ମାର୍ଚ୍ଚ ୨୫ରେ କିର୍ମିରା ବ୍ଲକ୍ ପରିସରରେ ଆୟୋଜିତ ଉତ୍ସବରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ସଦସ୍ୟା ମୁକ୍ତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କୁ ସ୍ୱାଭିମାନର ସହ ବଂଚିବା ଓ ନିଜ ଅଧିକାର ପ୍ରତି ସଜାଗ ରହିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ରଘୁଜୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସେହିଦିନ ସନ୍ଧ୍ୟାରେ ଅତିଥିମାନେ କଟାପାଲିସ୍ଥିତ 'ଆଶ୍ରା' ମାନସିକ ଅନଗ୍ରସର ମହିଳା କେନ୍ଦ୍ର ପରିଦର୍ଶନ କରି ସେଠାକାର ଅନ୍ତେବାସୀଙ୍କ ରହଣି ଓ ସୁବିଧା ଅସୁବିଧାର ସମୀକ୍ଷା କରିଥିଲେ।

ଏଥିସହ ଆଜି ମାର୍ଚ୍ଚ ୨୬ ରିଖରେ ବେଳପାହାଡ଼ କଲ୍ୟାଣ ମଣ୍ଡପଠାରେ ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ମଧ୍ୟ ମୁଖ୍ୟ ଅତିଥି ମୁକ୍ତା ସାହୁ ନାରୀ ସୁରକ୍ଷା ଓ ସମାଜରେ ମହିଳାଙ୍କ ମର୍ଯ୍ୟାଦା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଜୟନ୍ତୀ ଗର୍ତିଆ ସ୍ୱାଗତ ଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଉଭୟ ଦିନର କାର୍ଯ୍ୟକ୍ରମରେ ସେହେଡା ର ନିର୍ଦ୍ଦେଶିକା ଆନନ୍ଦିନୀ ପାଢ଼ୀ ଏବଂ ସି ଡବ୍ଲୁ ସି ଚେୟାରପର୍ସନ୍ ଆଶିଷ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଠୋର ଆଇନ ଯଥା-ଲିଙ୍ଗଗତ ହିଂସା (ପୋସ ଆଇନ, ପକସୋ, ଯୌତୁକ ନିରୋଧ ଆଇନ ଏବଂ ଡାହାଣୀ ସନ୍ଦେହ ନିରୋଧ ଆଇନ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ଏହି ସମଗ୍ର କାର୍ଯ୍ୟକ୍ରମକୁ ସିଡ଼ିପିଓ ସୁନନ୍ଦ ମହାରଣା ସଂଚାଳନ କରିଥିବା ବେଳେ ଜିଲ୍ଲା ସଂରକ୍ଷକ (ମହିଳା ସଶକ୍ତିକରଣ) ଲିଲେଶ୍ୱର ସାହୁ, ପୋଷଣ ଜିଲ୍ଲା ସଂରକ୍ଷକ ରମାକାନ୍ତ ନାୟକ ଏବଂ ହବ୍ ଷ୍ଟାଫ୍ମାନେ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ପିଓ ସଦର ମୀନାକ୍ଷୀ ରାଜ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande