
ଭୁବନେଶ୍ୱର, ୨୬ ମାର୍ଚ୍ଚ (ହି.ସ.) - ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଗୁରୁବାର ହେବାକୁ ଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବ ନାହିଁ । ଆସନ୍ତା ୩୦ ତାରିଖ ଦିନ ଉଭୟ ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ ଆକାରରେ ପାରିତ କରାଯିବ । ବିଧାନସଭା ୩୦ ତାରିଖ ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା