
ଝାରସୁଗୁଡା, ୨୬ ମାର୍ଚ୍ଚ (ହି.ସ.)- କୋଲାବିରା ବ୍ଲକ ଅଧିନସ୍ଥ ଝିର୍ଲାପାଲି ପ୍ରାଥମିକ କୃଷି ସମବାୟ ସମିତି ଲି. ର ବାର୍ଷିକ ସାଧାରଣ ସଭା ବୁଧବାର ବଡ଼ବାହାଲ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମିତିର ସଭାପତି ଲକ୍ଷ୍ମଣ କୁମାର ସାହୁ ସଭାରେ ଅଧ୍ୟକ୍ଷତା କରି ସରକାରଙ୍କର ସମିତି ମାଧ୍ୟମରେ କରାଯାଉଥିବା ବିଭିନ୍ନ ବ୍ୟବସାୟ ବିଷୟ ବୁଝାଇଥିଲେ । ଲଇକେରାସ୍ଥିତ ସମବାୟ ବ୍ୟାଙ୍କର ଶାଖା ପରିଚାଳକ କୌସିକ ପ୍ରଧାନ ଓ ନିରୀକ୍ଷକ ଗଣନାଥ ଖର୍ସେଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସମବାୟ ବ୍ୟାଙ୍କର ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ସମ୍ପାଦକ ହରେଶ କୁମାର ପଟେଲ ସମିତିର ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ସମିତିରେ ଓମଫେଡ ପାଇଁ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଆରମ୍ଭ କରାଯାଇଥିବାରୁ ସମିତି ମାଧ୍ୟମରେ ଦୁଗ୍ଧ ବିକ୍ରୟ ପାଇଁ ଚାଷୀ ମାନଙ୍କୁ ଅନୁରୋଧ କରାଯାଇଥିଲା l ଖରିଫ ଓ ରବି ଚାଷ ସମୟରେ ଅଗ୍ରୀମ ରାସାୟନିକ ସାର ନେବା ପାଇଁ ପ୍ରସ୍ତାବ ନିଆଗଲା ଏଵଂ ଖିଲାପି ସଭ୍ୟଙ୍କୁ ସାରା ବିକ୍ରୟ, ଧାନପଞ୍ଜିକରଣ ତଥା ଅନ୍ୟାନ୍ୟ ସେବାରୁ ବଂଚିତ କରିବାପାଇଁ ସଭାରେ ନିଷ୍ପତ୍ତି ନିଆଯାଇଥିଲା ।
ଉକ୍ତ ବୈଠକରେ କୃଷି ଓଭରସିୟର ବାସନ୍ତୀ ଲାକ୍ରା, ସମ୍ପାଦକ ସୁବାଷ ପଟେଲ, ବରିଷ୍ଠ ଚାଷୀ ପ୍ରମୋଦ ପଟେଲ, ନରେନ୍ଦ୍ର ଭୋଇ, ପୁରୁଷୋତ୍ତମ ନାଏକ, ଶିବନାରାୟଣ ନାୟକ, ସୁବନ ଧୁରୁଆ, ଚିରଞ୍ଜି ପଟେଲ, ସରୋଜ ନାଏକଙ୍କ ସହ ୪୦୦ ରୁ ଉର୍ଦ୍ଧ ଚାଷୀ ଯୋଗଦାନ କରିଥିଲେ। ଶେଷରେ ବୋର୍ଡ ଡାଇରେକ୍ଟର ଅଭିମନ୍ୟୁ ପଟେଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ