ଗ୍ୟାସ୍ ସଙ୍କଟ ନେଇ ଆସନ୍ତାକାଲି ଦିଲୀରେ ବୈଠକ, ଏପଟେ ରାଜ୍ୟରେ ଯଥେଷ୍ଟ ପରିମାଣର ଗ୍ୟାସ ପେଟ୍ରୋଲ ଗଚ୍ଛିତ ଥିବା ନେଇ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)- ଗ୍ୟାସ୍ ସଙ୍କଟ ନେଇ ଆସନ୍ତାକାଲି ଦିଲୀରେ ବସିବ ବଡ ବୈଠକ। 9 ଟି ରାଜ୍ୟର ଯୋଗାଣ ମନ୍ତ୍ରୀଙ୍କୁ ନେଇ ବସିବ ବୈଠକ। ଏହି ବୈଠକରେ ଯୋଗଦେବେ ଓଡ଼ିଶାର ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଆସନ୍ତା କାଲି ଦିନ 11 ଟାରେ ବସିବ ବୈଠକ। ଏପଟେ ରା
ଗ୍ୟାସ୍ ସଙ୍କଟ ନେଇ ଆସନ୍ତାକାଲି ଦିଲୀରେ ବୈଠକ, ଏପଟେ ରାଜ୍ୟରେ     ଯଥେଷ୍ଟ ପରିମାଣର ଗ୍ୟାସ ପେଟ୍ରୋଲ ଗଚ୍ଛିତ ଥିବା ନେଇ ମନ୍ତ୍ରୀଙ୍କ ସୂଚନା


ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)- ଗ୍ୟାସ୍ ସଙ୍କଟ ନେଇ ଆସନ୍ତାକାଲି ଦିଲୀରେ ବସିବ ବଡ

ବୈଠକ। 9 ଟି ରାଜ୍ୟର ଯୋଗାଣ ମନ୍ତ୍ରୀଙ୍କୁ ନେଇ ବସିବ ବୈଠକ। ଏହି ବୈଠକରେ ଯୋଗଦେବେ ଓଡ଼ିଶାର

ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଆସନ୍ତା କାଲି ଦିନ 11 ଟାରେ ବସିବ ବୈଠକ।

ଏପଟେ ରାଜ୍ୟରେ ଗ୍ୟାସ୍ ଅଭାବ ନେଇ ଯୋଗାଣ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି

। ରାଜ୍ୟରେ ଗ୍ୟାସ୍ ପେଟ୍ରୋଲ ଡିଜେଲ ଅଭାବ ନାହିଁ। ଯଥେଷ୍ଟ ମହାଜୁଦ୍ ଅଛି। ହୋଟେଲକୁ ଆବଶ୍ୟକ

ପଡୁଥିବା ରନ୍ଧନ ଗ୍ୟାସର 50 ପ୍ରତିଶତ ଯୋଗାଇବାକୁ ଆମେ ସକ୍ଷମ ଅଛୁ। ଯେହେତୁ ମଧ୍ୟ ପ୍ରାଚ୍ୟରେ

ଯୁଦ୍ଧ ପରିସ୍ଥିତି ହୋଇଛି ଏଭଳି ସ୍ଥିତି ହୋଇଛି । ତେବେ ଘରୋଇ କ୍ଷେତ୍ରକୁ କୌଣସି ପ୍ରତିବନ୍ଧକ

ଲଗାଯାଇ ନାହିଁ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande