
ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)-ସରକାରୀ ଜମିକୁ
ଜବରଦଖଲ ମୁକ୍ତ କରିବାକୁ ଆକ୍ସନ ମୋଡରେ ସରକାର । ରାଜସ୍ବ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ
ଜବରଦଖଲକାରୀଙ୍କ ଉପରେ ନିଆଯାଉଛି କଡା ଆକ୍ସନ । ଦୁଇ ବର୍ଷରେ 26 ଜିଲ୍ଲାରେ ୧ ଲକ୍ଷ ୩୭ ହଜାର
୧୧୯ ଏକର ୬୫୩ ଡ଼ିସିମିଲ ସରକାରୀ ଜମି ଜବରଦଖଲ ମୁକ୍ତ କରାଗଲାଣି । କିନ୍ତୁ ଏବେ ବି ୭୪ ହଜାର
୨୩୮ ଏକର ୫୪୨ ଡ଼ିସିମିଲ ସରକାରୀ ଜମି ଜବରଦଖଲରେ ରହିଛି । ଗୃହରେ ରାଜସ୍ୱ ମନ୍ତ୍ରୀ ସୁରେଶ
ପୂଜାରୀ ଲିଖିତ ଉତ୍ତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା