ପ୍ରଥମ ଡିଜିଟାଲ ଜନଗଣନା ନିମନ୍ତେ ପ୍ରଶିକ୍ଷଣ ଶିବିର
ଧର୍ମଶାଳା,୨୬ମାର୍ଚ୍ଚ(ହି.ସ.) - ମହାମାରୀ କୋଭିଡ ପାଇଁ ଜନଗଣନା କାର୍ଯ୍ୟକ୍ରମ ସ୍ଥଗିତ ହୋଇଥିଲା । ତେବେ ଚଳିତ ବର୍ଷ ଆରମ୍ଭ ହେବାକୁ ଯାଉଛି ଡିଜିଟାଲ ମାଧ୍ୟମରେ ଜନଗଣନା । ଏହି ଜନଗଣନାକୁ ନେଇ ଶିକ୍ଷକ/ଶିକ୍ଷୟିତ୍ରୀ ଓ ସରକାରୀ କର୍ମଜାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଏହି କ୍ରମରେ ଯାଜପୁର ଜିଲା
ପ୍ରଥମ ଡିଜିଟାଲ ଜନଗଣନା ନିମନ୍ତେ ପ୍ରଶିକ୍ଷଣ ଶିବିର


ଧର୍ମଶାଳା,୨୬ମାର୍ଚ୍ଚ(ହି.ସ.) - ମହାମାରୀ କୋଭିଡ ପାଇଁ ଜନଗଣନା କାର୍ଯ୍ୟକ୍ରମ ସ୍ଥଗିତ ହୋଇଥିଲା । ତେବେ ଚଳିତ ବର୍ଷ ଆରମ୍ଭ ହେବାକୁ ଯାଉଛି ଡିଜିଟାଲ ମାଧ୍ୟମରେ ଜନଗଣନା । ଏହି ଜନଗଣନାକୁ ନେଇ ଶିକ୍ଷକ/ଶିକ୍ଷୟିତ୍ରୀ ଓ ସରକାରୀ କର୍ମଜାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଏହି କ୍ରମରେ ଯାଜପୁର ଜିଲା କଳଣସ୍ଥିତ ଆଦର୍ଶ ମହାବିଦ୍ୟାଳୟ ପରିସରରେ ଏକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଏହି ଶିବିର ଆଜିଠାରୁ ଆରମ୍ଭ ହୋଇ ଏପ୍ରିଲ ମାସ ୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଆଜିର ଏହି କାର୍ଯ୍ୟକ୍ରମକୁ ରସୁଲପୁର ତହସିଲଦାର ତଥା ସେନସକ୍ସ ଅଫିସର ସିଦ୍ଧାର୍ଥ କୁମାର ବେହେରା ଉଦଘାଟନ କରିଥିଲେ । ଜନଗଣନା ୨୦୨୭ର ପରିଚୟ ,ଗଣନାକାରୀ,ସୁପରଭାଇଜର ଏବଂ ଅନ୍ୟାନ୍ୟ ଜନଗଣନା କର୍ମକର୍ତାମାନଙ୍କୁ ୪ ଗୋଟି ପର୍ଯ୍ୟାୟରେ ୩୪୨ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି । ୫ ଜଣ ପ୍ରଶିକ୍ଷଣ ପ୍ରଶିକ୍ଷାର୍ଥୀମାନଙ୍କୁ ତାଲିମ ଦେଉଛନ୍ତି । ଡିଜିଟାଲ ମାଧ୍ୟମରେ ଜନସାଧାରଣଙ୍କ ଘରଘରକୁ ବୁଲି ସମସ୍ତ ସଠିକ୍ ଓ ନିର୍ଭୂଲ ତଥ୍ୟ ସଂଗ୍ରହ କରିବା ଓ ଜନସାଧାରଣଙ୍କ ସମସ୍ତ ତଥ୍ୟ ଗୁପ୍ତ ରହିବ ବୋଲି ତହସିଲଦାର ତଥା ସେନସକ୍ସ ଅଫିସର ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande