ଅବକାରୀ ନୀତିକୁ ଆହୁରି କଠୋର କରିବା ସହ ଏନପୋର୍ସମେଂଟ ବଢିବ - ମନ୍ତ୍ରୀ
ଭୁବନେଶ୍ୱର, ୨୬ ମାର୍ଚ୍ଚ (ହି.ସ.) - ନୂଆ ଅବକାରୀ ନୀତି ନେଇ ଅବକାରୀ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଅବକାରୀ ନୀତିକୁ ଆହୁରି କଠୋର କରିବା ସହ ଏନପୋର୍ସମେଂଟ ବଢିବ। ପରିବର୍ତନ ଭାବେ, ପ୍ରତି ବର୍ଷ ବଦଳରେ ତିନି ବର୍ଷିଆ ନୀତି ଆସିଛି। ଏଥିରୁ ରାଜସ୍ୱ ସଂଗ୍ରହ ଜଣା ପଡ
prithiviraj harichandan


ଭୁବନେଶ୍ୱର, ୨୬ ମାର୍ଚ୍ଚ (ହି.ସ.) - ନୂଆ ଅବକାରୀ ନୀତି ନେଇ ଅବକାରୀ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଅବକାରୀ ନୀତିକୁ ଆହୁରି କଠୋର କରିବା ସହ ଏନପୋର୍ସମେଂଟ ବଢିବ। ପରିବର୍ତନ ଭାବେ, ପ୍ରତି ବର୍ଷ ବଦଳରେ ତିନି ବର୍ଷିଆ ନୀତି ଆସିଛି। ଏଥିରୁ ରାଜସ୍ୱ ସଂଗ୍ରହ ଜଣା ପଡିବ। ନୀତିକୁ ନିର୍ଦିଷ୍ଟ ଦିଗ ମିଳିବ। କ୍ୱାଂଟିଟି ବେସଡ଼ ଟାର୍ଗେଟ ଯୋଗୁଁ ବେଆଇନ ଦୋକାନ ଖୋଲୁଥିଲା। ଏହା ବଦଳରେ ଏବେ ଏମଜିଇଆର ହେବ। ଯେଉଁଠି ଟଙ୍କାର ଟାର୍ଗେଟ ରଖାଯାଇଛି , ଆବଶ୍ୟକତା ଅନୁସାରେ, ଷ୍ଟକ ଉଠାଇବେ। ଖୁଚୁରା ବିକ୍ରି ବନ୍ଦ ହେବ। ଏମଜିଇଆର ଅନ୍ୟ ରାଜ୍ୟ କରିଥିବାରୁ, ରାଜସ୍ୱ ଭଲ ସ୍ଥିତିକୁ ଯାଇଛି। ଏହି ତିନି ବର୍ଷରେ କୌଣସି ନୂଆ ମଦ ଦୋକାନ ଖୋଲିବାର ଅନୁମତି ଦିଆଯିବ ନାହିଁ। ଅବକାରୀ ରାଜସ୍ୱର ୦.୫% ଡିଆଡିକ୍ସନ୍ ସେସ ପାଇଁ ରଖାଯାଇଛି। ଏହି ଅର୍ଥରେ ସଚେତନତା କାର୍ଯ୍ୟକ୍ରମ ଓ ମୋଡେଲ ଡିଆଡିକସନ୍ ସେଂଟର ଖୋଲାଯିବ। ପୁରୀ ବଡ଼ଦଣ୍ଡ ଓ ଶ୍ରୀମନ୍ଦିର ଚାରି ପାର୍ଶ୍ୱରେ ମଦ ଦୋକାନ ରହିବ ନାହିଁ। ଯିଏ ସେଠି ବିକିବେ, ଗିରଫ ହେବେ। ଅଫ ସପ ପାଖରେ ଅନୈତିକ ଭାବେ ରୁମ ଦିଆଯାଇ ମଦ ସେବନ କରାଯାଉଛି। ଏହାକୁ ବନ୍ଦ କରିବାକୁ ସିସିଟିଭି ବ୍ୟବସ୍ଥା ବାଧ୍ୟତାମୂଳକ ହେବ। ହୋମ ଡେଲିଭରି ବନ୍ଦ ହୋଇଛି। ଏହା ଦ୍ୱାରା ନିଶାର ପ୍ରସାର ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲାଗିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande