
ଧର୍ମଶାଳା,୨୬ମାର୍ଚ୍ଚ(ହି.ସ.) - ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅଧିନ ରୁଦ୍ରପୁର ପଂଚାୟତ ସିଠାଳୋଇ ଗ୍ରାମରେ ଦୁଇ ପରିବାର ମଧ୍ୟରେ ଘରୋଇ କଳହକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାରେ ପୁଲିସ କେସ୍ ନଂ ୨୪ା୨୦୨୦୨୬ରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ୨ ଜଣ ଫେରାର ଥିବା ପୁଲିସ କହିଛି । ରଦ୍ରପୁର ପଂଚାୟତ ସିଠାଳୋଇ ଗ୍ରାମର ସ୍ୱର୍ଗତ ଶଶି ମଲ୍ଲିକଙ୍କ ପୁଅ ଶିବ ପ୍ରସାଦ ଓରଫ ଫକୀର(୫୮) ବୋଲି ଜଣାପଡିଛି । ବ୍ରହ୍ମବରଦା ପୁଲିସ ବୁଧବାର ସନ୍ଧ୍ୟାରେ ଫକୀରକୁ ଗିରଫ କରିଥିଲା ।
ଅଭିଯୋଗ ମୁତାବକ,ଫେବ୍ରୃଆରୀ ମାସ ୧୨ ତାରିଖରେ ବ୍ରହ୍ମବରଦା ଥାନା ଅନ୍ତର୍ଗତ ରୁଦ୍ରପୁର ପଂଚାୟତ ସିଠାଳୋଇ ଗ୍ରାମରେ ଘରୋଇ କଳହକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାରେ ଛବିନା ମଲ୍ଲିକଙ୍କ ପରିବାରର ୨ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତି ହୋଇଥିଲେ । ଏନେଇ ଛବିନାଙ୍କ ପରିବାର ପକ୍ଷରୁ ବ୍ରହ୍ମବରଦା ଥାନାରେ ୩ଜଣଙ୍କ ନାମରେ ଅଭିଯୋଗ କରିଥିଲେ । ବୁଧବାର ସନ୍ଧ୍ୟାରେ ବ୍ରହ୍ମବରଦା ପୁଲିସ ପାଟ୍ରୋଲିଂ ସମୟରେ ସିଠାଳୋଇ ଅଂଚଳରୁ ଫକୀରକୁ ଗିରଫ କରିଥିଲା । ତେବେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ