
ଭୁବନେଶ୍ୱର, ୨୬ ମାର୍ଚ୍ଚ (ହି.ସ.) - ନୂଆ ଅବକାରୀ ନୀତିକୁ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ସମାଲୋଚନା କରିଛନ୍ତି। ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ ପର୍ବତ ମୂଷିକ ପ୍ରସବ ହୋଇଛି। ସରକାର କହିଥିଲେ ଯେ ନିଶାମୁକ୍ତ ଓଡ଼ିଶା ହେବ। ହେଲେ ଏହି ନୀତିରେ ତାହାର ପ୍ରତିଫଳନ ନାହିଁ। କଥା ଭାଙ୍ଗିଲେ ସରକାର। ନୂଆ ଅବକାରୀ ନୀତି ତିନି ବର୍ଷିଆ ନୀତି ଆଣିଲେ। ଏଥିରେ ଏମଜିକ୍ୟୁ ବଦଳା ଯାଇଛି। ଏମଜିଆରଇ ଆସିବା ଦ୍ୱାରା କେତେ ବିକ୍ରି ହେବ ଜଣାଇବେ ନାହିଁ , ହେଲେ ରାଜସ୍ୱ ନେବେ। କେଉଁ ରାଜ୍ୟକୁ ଦେଖି ଏହି ଆଇନ ଆଣିଲେ ସରକାର? କୁଚିଆ ପ୍ରକ୍ରିୟା ବନ୍ଦ ହେବା ବଦଳରେ ବଢିବ। କାରଣ ଏମଜିଆରଇ ରେ ଯଦି ବିକ୍ରି ଭଲ ନ ହେଲା, ସେ ବ୍ୟବସାୟୀ ବେଆଇନ ଭାବେ କୁଚିଆଙ୍କ ଜରିଆରେ ବିକ୍ରି କରିବେ ଏବଂ ଅନୀତି ଜାରି ରହିବ। ସେହିପରି ବଡ଼ଦାଣ୍ଡରେ ପୂର୍ବରୁ ବିକ୍ରି ଉପରେ କଟକଣା ଅଛି , ଏଥିରେ ନୂତନତ୍ୱ କିଛି ନାହିଁ। ନାଁ ବଦଳିଛି, ହେଲେ ଚରିତ୍ର ବଦଳି ନଥିବା ନେଇ ଅଭିଯୋଗ କରିଛି ବିଜେଡି। ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ଯେ ରାଜସ୍ୱ ବଢ଼ାଇବା ନାଁରେ ଏହା ଏକ ଚାଲ। ଏଥିରେ ଅନେକ ସଂଶୋଧନର ଆବଶ୍ୟକତା ରହିଛି। ତିନି ବର୍ଷିଆ ନୀତି ମାନେ ଦୋକାନୀଙ୍କୁ ତିନି ବର୍ଷିଆ ଏକ୍ସଟେନସନ ଦେଲେ। ଯାହାର ଅର୍ଥ ହେଉଛି ସରକାର ଓ ବ୍ୟବସାୟୀଙ୍କ ଭିତରେ ସଲାସୁତୁରା। ଏକଛତ୍ର ଭାବେ ଏହା ପାରିତ ହୋଇଛି ଏହି ନୀତି। ଯାହାର ଜବାବ ଆଗାମୀ ଦିନରେ ରାଜ୍ୟବାସୀ ଦେବେ ବୋଲି କଂଗ୍ରେସ କହିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା