
ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)- ଶୂନ୍ୟକାଳରେ ବିରୋଧୀ ବିଜେଡ଼ି ଓ କଂଗ୍ରେସ ଉପରେ
ଜୋରଦାର ବର୍ଷିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଯେ, ଗତ କିଛି ଦିନ ଧରି ପ୍ରଶ୍ନକାଳ, ଶୂନ୍ୟକାଳରେ ବିରୋଧୀ ଆଲୋଚନା କରିବାକୁ ସୁଯୋଗ
ଦେଉନାହାନ୍ତି । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ସଂସଦୀୟ ବ୍ୟାପାର
ମନ୍ତ୍ରୀ ମଧ୍ୟ ଅନୁରୋଧ କରିଛନ୍ତି ଗୃହକୁ ସୁପରିଚାଳନା କରିବା ପାଇଁ । ତତ୍କାଳୀନ ସ୍ବାସ୍ଥ୍ୟ
ମନ୍ତ୍ରୀଙ୍କୁ ଗୁଳି କରାଗଲା ତତ୍କାଳୀନ ଗୃହ ମନ୍ତ୍ରୀ ଇସ୍ତଫା ଦେଇଥିଲେ କି ? ମମିତା ମେହେର, ଇତିଶ୍ରୀ, ପର, ମଧବିଲତା ଘଟଣାରେ
ମଧ୍ୟ ତତ୍କାଳୀନ ଗୃହମନ୍ତ୍ରୀ ଇସ୍ତଫା ଦେଇଥିଲେ କି ? ଗଣତାନ୍ତ୍ରିକ
ପଦ୍ଧତିରେ ଆଲୋଚନା କରି ଗୃହର ଗାରିମା ରଖନ୍ତୁ ବିରୋଧୀ । ରାମ ନାମ ଉପରେ ବିଶ୍ୱାସ କରୁନଥିବା
ଦଳ ଗୃହରେ ରାମ ନାମ ନେଉଛନ୍ତି । ତେଣୁ ରାମ
ନାମରେ ବିଶ୍ବାସ କରନ୍ତୁ । ବିରୋଧୀ ଦଳ ନେତା ଯାହା ସମସ୍ୟା ଅଛି ସରକାରଙ୍କ ସହ ଆଲୋଚନା କରନ୍ତୁ
। ବିରୋଧୀ ଦଳ ନେତା ଗୃହକୁ ଆସୁନାହାନ୍ତି । ବାହାରେ ପ୍ରତିକ୍ରିୟା ରଖୁଛନ୍ତି । ଗୃହକୁ ଆସନ୍ତୁ
ଆଲୋଚନା କରନ୍ତୁ । ସାଧାରଣ ଲୋକଙ୍କ ପଇସା ଖର୍ଚ୍ଚ ହେଉଛି । ବିଜୁ ଟ୍ରଷ୍ଟ ପୋଲ ଖୋଲିଯିବା ଭୟରେ
ଏପରି କରୁଛନ୍ତି ବିରୋଧୀ । ଢୋଙ୍ଗୀ ବାବାର ଢୋଙ୍ଗ ଖୋଲିଯିବା ଭୟରେ ଏଭଳି କରୁଛନ୍ତି ।
ଯେଉଁ କାମ ପାଇଁ ବିରୋଧୀ ଦଳରେ ଅଛନ୍ତି ଯଦି ସେ ଆଲୋଚନା କରନ୍ତେ
ଲୋକଙ୍କ ସମସ୍ୟା ଦୂର ହୁଅନ୍ତା । ଯଦି ଚର୍ଚ୍ଚା ନକରିବା ବିଧାନସଭାର ସଦସ୍ୟ ହେବାର ଗାରିମା
ହରାଇବା । ବିରୋଧୀଙ୍କୁ ଚର୍ଚ୍ଚା ଆଲୋଚନାରେ ସାମିଲ ହେବାକୁ ଗୃହରେ ଅନୁରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ
ପ୍ରଭାତୀ ପରିଡ଼ା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା