
ଭୁବନେଶ୍ୱର, ୨୬ ମାର୍ଚ୍ଚ (ହି.ସ.) - ପବିତ୍ର ଅଶୋକାଷ୍ଟମୀ ଅବସରରେ ଗୁରୁବାର ଦିନ ପ୍ରଭୂ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସମସ୍ତ ନୀତିକାନ୍ତି ପରେ ପ୍ରଭୂଙ୍କ ରଥ ଟଣାଯାଇଥିଲା । ତେବେ ଅଧା ବାଟରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଅଟକିଛି । ପୁରୁଣା ଭୁବନେଶ୍ୱର ବଢ଼େଇବାଙ୍କ ଛକରେ ରଥ ଅଟକିଛି। ଆସନ୍ତାକାଲି ପୁଣି ରଥ ଟଣାଯିବ। ଗୁରୁବାର ଅପରାହ୍ନରେ ରାଜଧାନୀରେ ହଠାତ୍ ପ୍ରବଳ ଝଡବର୍ଷା ହେବାରୁ ରଥଟଣା ପ୍ରଭାବିତ ହୋଇଥିଲା। ବର୍ଷା ଓ ପବନ ସତ୍ୱେ ରଥ ଟଣା ହୋଇଥିଲା। ବର୍ଷା ପାଇଁ ଘଂଟାଏ କାଳ ରଥ ଅଟକିବା ପରେ ପୁଣି ଟଣାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା