ଜନ୍ମଭୂମି ମନ୍ଦିରରେ ପାଳନ ହେଲା ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ, ସୂର୍ଯ୍ୟଙ୍କ କିରଣ କଲା ମସ୍ତକାଭିଷେକ
ଅଯୋଧ୍ୟା, 27 ମାର୍ଚ୍ଚ (ହି. ସ.)। ସମଗ୍ର ଭାରତ ସହିତ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ମଧ୍ୟ ରାମନବମୀ ପର୍ବକୁ ବହୁତ ଉତ୍ସାହ ଓ ଧୁମଧାମର ସହିତ ପାଳନ କରାଯାଉଛି। ଶୁକ୍ରବାର ଚୈତ୍ର ମାସର ଶୁକ୍ଳ ପକ୍ଷର ନବମୀ ତିଥିରେ ଠିକ୍ ଦ୍ୱିପ୍ରହର 12ଟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର
ରାମ


ଅଯୋଧ୍ୟା, 27 ମାର୍ଚ୍ଚ (ହି. ସ.)। ସମଗ୍ର ଭାରତ ସହିତ ଉତ୍ତର ପ୍ରଦେଶର

ଅଯୋଧ୍ୟାରେ ମଧ୍ୟ ରାମନବମୀ ପର୍ବକୁ ବହୁତ ଉତ୍ସାହ ଓ ଧୁମଧାମର ସହିତ ପାଳନ କରାଯାଉଛି।

ଶୁକ୍ରବାର ଚୈତ୍ର ମାସର ଶୁକ୍ଳ ପକ୍ଷର ନବମୀ ତିଥିରେ ଠିକ୍ ଦ୍ୱିପ୍ରହର 12ଟାରେ ଶ୍ରୀରାମ ଜନ୍ମଭୂମି

ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କର ପ୍ରତୀକାତ୍ମକ ଜନ୍ମ ପାଳନ କରାଯାଇଥିଲା।

ଶ୍ରୀରାମଙ୍କ ଜନ୍ମ ପରେ ଆରତି

କରାଯାଇଥିଲା। ସୂର୍ଯ୍ୟର କିରଣ ଶ୍ରୀରାମଲଲାଙ୍କ ମସ୍ତକରେ ପଡ଼ି ଅଭିଷେକ କରିଥିଲା ଏବଂ ତାହାପରେ

ପଞ୍ଚାମୃତ ଦ୍ୱାରା ମୂର୍ତ୍ତିର ଅଭିଷେକ କରାଯାଇଥିଲା।

ଶ୍ରୀ ଜନ୍ମଭୂମି ମନ୍ଦିରରେ

ଶ୍ରୀରାମଙ୍କ ଜନ୍ମ ହେବା ସହିତ ସମଗ୍ର ଅଯୋଧ୍ୟାରେ ବାଣ ଫୁଟାଯାଇଥିଲା । ରାମ ଜନ୍ମୋତ୍ସବ

ଅବସରରେ ସମଗ୍ର ଅଯୋଧ୍ୟାରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି।

ଭଗବାନ ଶ୍ରୀରାମଙ୍କ

ଜନ୍ମୋତ୍ସବରେ ଯୋଗଦେବା ପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଅଯୋଧ୍ୟାରେ ପହଞ୍ଚିଛନ୍ତି। ମନ୍ଦିରର ମୁଖ୍ୟ

ମାର୍ଗରେ ସନ୍ଥମାନେ ଶ୍ରଦ୍ଧାଳୁମାନଙ୍କ ଉପରେ ଫୁଲ ବର୍ଷା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande