ପାଲା ମାଧ୍ୟମରେ ବନାଗ୍ନି ସଚେତନତା ଅଭିଯାନ ଉଦଯାପିତ
କେନ୍ଦୁଝର, ୨୭ ମାର୍ଚ୍ଚ (ହି.ସ.) - କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ହଦଗଡ଼ ବନାଂଚଳରେ ବନାଗ୍ନି ସଚେତନତା ଓ ପରିବେଶ ସୁରକ୍ଷା ଅଭିଯାନ ଉଦଯାପିତ ହୋଇଯାଇଛି। ଗ୍ରୀନ ଓଡିଶା କେନ୍ଦୁଝର ବଂଚାଅ ମଂଚ ପ୍ରତିଷ୍ଠାତା ବିଶ୍ୱ ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଏହି ସଚେତନତା ଅଭିଯାନ ହଦଗଡ଼ ଠାରେ ଆରମ
Banagani sachetanta


କେନ୍ଦୁଝର, ୨୭ ମାର୍ଚ୍ଚ (ହି.ସ.) - କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ହଦଗଡ଼ ବନାଂଚଳରେ ବନାଗ୍ନି ସଚେତନତା ଓ ପରିବେଶ ସୁରକ୍ଷା ଅଭିଯାନ ଉଦଯାପିତ ହୋଇଯାଇଛି। ଗ୍ରୀନ ଓଡିଶା କେନ୍ଦୁଝର ବଂଚାଅ ମଂଚ ପ୍ରତିଷ୍ଠାତା ବିଶ୍ୱ ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଏହି ସଚେତନତା ଅଭିଯାନ ହଦଗଡ଼ ଠାରେ ଆରମ୍ଭ ହୋଇଥିଲା। ସପ୍ତାହ ବ୍ୟାପୀ ହୋଇଥିବା ଅଭିଯାନ ଆଜି ରାଇଘାଟି ଠାରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ହଦଗଡ଼ ବନାଂଚଳ ଅଧିକାରୀ ମାର୍ଶାଲ କିସ୍କୋ ଯୋଗ ଦେଇ ପାଲା ଦ୍ୱାରା ବନ ସଂରକ୍ଷଣ ସହ ବନ୍ୟଜନ୍ତୁ ସୁରକ୍ଷା ବେଶ ସହାୟକ ହେଉଥିବା ବେଳେ ସଙ୍ଗଠନ ଦ୍ୱାରା ଉକ୍ତ ଅଭିଯାନକୁ କୃତଜ୍ଞତା ଜଣାଇଥିଲେ। ଉଦଯାପନ ଦିବସରେ ଅନ୍ୟ ଅତିଥି ଭାବରେ ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ନୃସିଂହ ଚରଣ ଦେହୁରୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲା ପରିଷଦ ସଦସ୍ୟ ଅସୀମା ମିଶ୍ର ପ୍ରମୁଖ ଯୋଗ ଦେଇଥିଲା ବେଳେ କେନ୍ଦୁଝର ବଂଚାଅ ମଂଚ ସଭାପତି ଦାମୋଦର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ବିଶିଷ୍ଟ ପାଲା ଗାୟକ ମୋହନ ତ୍ରିପାଠୀଙ୍କ ଦ୍ୱାରା ବାନାଗ୍ନି ରୋକ ଉପରେ ପାଲା ପରିବେଷଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande