



ସମ୍ବଲପୁର,୨୭, ମାର୍ଚ୍ଚ (ହି.ସ.) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ସଇଡା କ୍ଲଷ୍ଟରରେ ଆଜି କୃଷକ ଓ କ୍ରେତାମାନଙ୍କ ମଧ୍ୟରେ ସିଧାସଳଖ ବ୍ୟବସାୟିକ ସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟରେ ଏକ ଆଲୋଚନା କାର୍ଯକ୍ରମ ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମ କୁଚିଣ୍ଡା ସ୍ଥିତ ଶ୍ରମିକ ଭବନଠାରେ ଫସଲ ବିବିଧୀକରଣ କାର୍ଯ୍ୟକ୍ରମ ପରିଚାଳନା ସଂସ୍ଥା ରୋପ ଅନୁଷ୍ଠାନ ତରଫରୁ ଓ ଜିଲ୍ଲା ମୂଖ୍ୟ କୃଷି କାର୍ଯ୍ୟାଳୟ ସମ୍ବଲପୁର, କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଓଡ଼ିଶା ସରକାରଙ୍କ ସହଯୋଗ କ୍ରମେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ସଭାରେ ମୁଖ୍ୟ ଅତିଥି ଭାବରେ କୃଷି ଜିଲ୍ଲା ଅଧିକାରୀ ପ୍ରସନ୍ନ କୁମାର ସ୍ୱାଇଁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ସି ବି ବି ଓ .ଆଇ ସି ଟି ଭୁବନେଶ୍ୱର ସାଫଲ୍ୟ ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ସି ବି ବି ଓ ହର୍ଷ ଟ୍ରଷ୍ଟ ପ୍ରଦୀପ ସୁନା, ବ୍ଲକ୍ କୃଷି ଅଧିକାରୀ ସସ୍ମିତା କିରୋ, ସହକାରୀ ଉଦ୍ୟାନ କୃଷି ଅଧିକାରି ହିତେଶ ବଢ଼େଇ, ଏଆରସିଏସ, ଆରଏମସି କୁଚିଣ୍ଡା ମନୋଜ କୁମାର ମହାନ୍ତ , ଆଞ୍ଚଳିକ ମୁଖ୍ୟ ଆରସି ଡି ସି ବଲାଙ୍ଗୀର ଶମ୍ଭୁ ସାହୁ ଓ କୃଷକ ବନ୍ଧୁ କମ୍ପାନୀ ର ନିର୍ଦ୍ଦେଶକ ସୁଶାନ୍ତ କୁମାର ସେନାପତି ଯୋଗଦାନ କରିଥିଲେ । କାର୍ଯକ୍ରମ ପ୍ରାରମ୍ଭରେ ରୋପ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପ୍ରଦୀପ କୁମାର ମହାକୁଲ ଅତିଥି ପରିଚୟ ପ୍ରଦାନ ଏବଂ କାର୍ଯକ୍ରମ ପରିଚାଳନା କରିଥିଲେ । ଏହା ପରେ ଅତିଥି ମାନେ ମା ସମଲେସ୍ଵରୀଙ୍କୁ ମାଲ୍ୟାର୍ପଣ କରି ପ୍ରଦ୍ୱୀପ ପ୍ରଜ୍ୱଳନ କରିଥିଲେ । ଏହି ସଭାରେ ସ୍ଥାନୀୟ ଏଗ୍ରୋଭାଟ ଏଫ୍ ପି ଓ ସଦସ୍ୟ ସଦସ୍ୟା ଓ କୃଷକମାନେ ଏବଂ ବିଭିନ୍ନ କ୍ରେତା ବ୍ୟବସାୟୀ ମାନେ ଯୋଗ ଦେଇଥିଲେ । ଚାଷୀ ମାନେ ତାଙ୍କର କୃଷି ଉତ୍ପାଦର ଗୁଣମାନ , ପ୍ୟାକେଜିଙ୍ଗ , ଏବଂ ମୂଲ୍ୟ ସମ୍ପର୍କରେ କ୍ରେତା ମାନଙ୍କ ସହ ଆଲୋଚନା କରିଥିଲେ । ସଭାରେ ବଜାର ଚାହିଦା ନ୍ୟୁନତମ ମୂଲ୍ୟ, ସମୟମତେ ଆପୂର୍ତ୍ତି ଓ ଭଣ୍ଡାର ବ୍ୟବସ୍ଥା ନେଇ ବିସ୍ତୃତ ଚର୍ଚ୍ଚା ହୋଇଥିଲା । ଏହା ସହିତ ଚାଷୀ ମାନଙ୍କୁ ଗୁଣମାନ ଉତ୍ପାଦନ, ପୋଷ୍ଟ ହା ପ୍ରୋସେସିଙ୍ଗ ଓ ମାର୍କେଟ ଲିଙ୍କେଜ୍ ସମ୍ପର୍କରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀମାନେ ସିଧା ବଜାର ସଂଯୋଗ ପାଇବା ସହିତ ଉଚିତ ମୂଲ୍ୟରେ ତାଙ୍କର ଉତ୍ପାଦ ବିକ୍ରୟ କରିବାର ସୁଯୋଗ ମିଳିବ ବୋଲି ଆଲୋଚନା କରାଯାଉଛି । ସଭାଟି ଚାଷୀମାନଙ୍କ ଆର୍ଥିକ ସ୍ଥିତି ସୁଧାର ଓ କୃଷି ଉନ୍ନତି ପାଇଁ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ରୂପେ ବକ୍ତାମାନେ ଉପସ୍ଥାପନ କରିଥିଲେ। କାର୍ଯକ୍ରମ ଶେଷରେ ରୋପ ସଂଯୋଜିକା ତୃପ୍ତିମୟୀ ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ରୋପ ସ୍ୱେଚ୍ଛାସେବୀ ଜୁଲି ମାହାନ୍ତ, ଭୂମିଶ୍ଵେତା ଧୂରୁଆ, ଚୁମକି ବାଘ, ସପନ ପଟେଲ ଓ ତୁଷାର କାନ୍ତ ନାଏକ ପ୍ରମୁଖ ସହାୟତା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ