ଜିଲ୍ଲା ସ୍ତରୀୟ ନିଶାମୁକ୍ତ ଭାରତ ଅଭିଯାନ
କେନ୍ଦ୍ରାପଡା, ୨୭ ମାର୍ଚ୍ଚ (ହି.ସ.)- ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ମାର୍ଶାଘାଇ ମହାବିଦ୍ୟାଳୟର ମିଳିତ ସହଭାଗିତାରେ ଜିଲ୍ଲାସ୍ତରୀୟ ନିଶାମୁକ୍ତ ଭାରତ ଅଭିଯାନ - ୨୦୨୬ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼ଃ. ଶଶୀକାନ
ଜିଲ୍ଲା ସ୍ତରୀୟ ନିଶା ମୁକ୍ତ ଭାରତ ଅଭିଯାନ


କେନ୍ଦ୍ରାପଡା, ୨୭ ମାର୍ଚ୍ଚ (ହି.ସ.)- ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ମାର୍ଶାଘାଇ ମହାବିଦ୍ୟାଳୟର ମିଳିତ ସହଭାଗିତାରେ ଜିଲ୍ଲାସ୍ତରୀୟ ନିଶାମୁକ୍ତ ଭାରତ ଅଭିଯାନ - ୨୦୨୬ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼ଃ. ଶଶୀକାନ୍ତ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ନବକୃଷ୍ଣ ଜେନା ମୁଖ୍ୟଅତିଥି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳ, ନିଶା ନିବାରଣ କେନ୍ଦ୍ରର ସାମାଜିକ କର୍ମୀ ସୌମ୍ୟରଞ୍ଜନ ଦାସ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ନିଶାସେବନର ଭୟାବହ ତାରୁ ସୁସ୍ଥ ସାମାଜିକ ଜୀବନର ବିକଳାଙ୍ଗ ଚିତ୍ର, ସାମାଜିକ -ପାରିବାରିକ ବିଶୃଙ୍ଖଳାର ନଗ୍ନରୂପ ସହ ନିଶାମୁକ୍ତ ଭାରତ ଗଠନରେ ଯୁବସମାଜର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀ, ଅଧ୍ୟାପକ -ଅଧ୍ୟାପିକା, ଶିକ୍ଷାକର୍ମଚାରୀ, ମାର୍ଶାଘାଇ ଓ କେନ୍ଦ୍ରାପଡ଼ା ଅଞ୍ଚଳର ନିଶା ନିବାରଣ ସାମାଜିକ କର୍ମୀମାନେ ଜନ ସଚେତନତା ଉଦ୍ଦେଶ୍ୟରେ ଏକ ପଦଯାତ୍ରାରେ ସାମିଲ ହୋଇ ବଜାର ପରିକ୍ରମା କରିଥିଲେ। ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା ଓ ଧନ୍ୟବାଦ ପ୍ରଦାନ କରିଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ବିଜୟ କୁମାର ପାତ୍ର,ଦୀପକ କୁମାର ଦାସ, ବିପିନ ବିହାରୀ ନାଥ, ଅଧ୍ୟାପକ ଦୀପକ କୁମାର ମହାନ୍ତି, ଧୀରେନ ଚୌଧୁରୀ, ଶାଶ୍ୱତ ଚନ୍ଦନ ସାମନ୍ତରାୟ, ପ୍ରୀତିସାଗର ବିଶ୍ୱାଳ, କ୍ରୀଡ଼ାଶିକ୍ଷକ ଯତୀନ ମହାନ୍ତି, କର୍ମଚାରୀ ପ୍ରଶାନ୍ତ କୁମାର ବେହେରା, ହୃଷୀକେଶ ଗୋଛାୟତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande