ସରକାରଙ୍କ ଦୋମୁହାଁ ନୀତି, ଚାଷୀ ଅସନ୍ତୋଷ
ଗଞାମ, ୨୭ ମାର୍ଚ୍ଚ (ହି.ସ.)- ରାଜ୍ୟ ରକାରଙ୍କ ଦୋମୁହାଁ ନୀତିରେ ଗଂଜାମ ଜିଲାର ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଟୋକେନ ନପାଇ ବହୁଚାଷୀ ମଣ୍ଡିକୁ ଧାନ ଦେଇପାରିନାହାନ୍ତି ଓ ମଣ୍ଡି ବନ୍ଦ ହୋଇଗଲାଣି। ଅନ୍ୟପକ୍ଷରେ କିଛି ଦିନ ପୂର୍ବରୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା ପଂଜିକୃତ
ସରକାରଙ୍କ ଦୋମୁହାଁ ନୀତି, ଚାଷୀ ଅସନ୍ତୋଷ


ଗଞାମ, ୨୭ ମାର୍ଚ୍ଚ (ହି.ସ.)- ରାଜ୍ୟ ରକାରଙ୍କ ଦୋମୁହାଁ ନୀତିରେ ଗଂଜାମ ଜିଲାର ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଟୋକେନ ନପାଇ ବହୁଚାଷୀ ମଣ୍ଡିକୁ ଧାନ ଦେଇପାରିନାହାନ୍ତି ଓ ମଣ୍ଡି ବନ୍ଦ ହୋଇଗଲାଣି। ଅନ୍ୟପକ୍ଷରେ କିଛି ଦିନ ପୂର୍ବରୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା ପଂଜିକୃତ ସମସ୍ତ ଚାଷୀ ମାନଙ୍କ ଧାନ ସରକାର କିଣିବେ। ଏତଦବ୍ୟତୀତ ଯେଉଁ ଚାଷୀ ମାନେ ମଣ୍ଡିକୁ ଧାନ ଦେବାକୁ ପଂଜିକରଣ କରିଣ କରି ନାହାଁନ୍ତି ସେମାନେ ଚାହିଁଲେ ମଧ୍ୟ ମଣ୍ଡିରେ ଧାନ ବିକ୍ରି କରିପାରିବ। ସରକାରଙ୍କ ଏ ପ୍ରକାର ଦୋମୁହାଁ ନୀତିରେ ଗଂଜାମ ଜିଲାର ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande