ପରଲୋକରେ କୁମର କରୁଆ
ବଲାଙ୍ଗିର, ୨୭ ମାର୍ଚ୍ଚ (ହି.ସ.) - ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ସଦର ମହକୁମା ବ୍ଳକ ପଡାର ଜଣେ ଜଣାଶୁଣା ମୁରିବାହାଲ ପ୍ରସିଦ୍ଧ ଫୁଟବଲ ଗୋଲ କିପର କୁମର କରୁଆଙ୍କ ଶୁକ୍ରବାର ଅପରାହ୍ନ ୨.୩୦ ସମୟରେ ଓ ତାଙ୍କ ବୟସ ୪୦ ବର୍ଷ ରେ ପରଲୋକ ହୋଇ ଯାଇଛି। ସ୍ୱର୍ଗତ କୁମର କରୁଆ ଅଂଚଳରେ ଜଣେ ଅତ୍ୟନ୍ତ ଜ
ପରଲୋକରେ କୁମର କରୁଆ


ବଲାଙ୍ଗିର, ୨୭ ମାର୍ଚ୍ଚ (ହି.ସ.) - ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ସଦର ମହକୁମା ବ୍ଳକ ପଡାର ଜଣେ ଜଣାଶୁଣା ମୁରିବାହାଲ ପ୍ରସିଦ୍ଧ ଫୁଟବଲ ଗୋଲ କିପର କୁମର କରୁଆଙ୍କ ଶୁକ୍ରବାର ଅପରାହ୍ନ ୨.୩୦ ସମୟରେ ଓ ତାଙ୍କ ବୟସ ୪୦ ବର୍ଷ ରେ ପରଲୋକ ହୋଇ ଯାଇଛି। ସ୍ୱର୍ଗତ କୁମର କରୁଆ ଅଂଚଳରେ ଜଣେ ଅତ୍ୟନ୍ତ ଜଣାଶୁଣା ଫୁଟବଲ ପ୍ରସିଦ୍ଧ ଗୋଲ କିପର। ତାଙ୍କ ଶେଷ କୃତ୍ୟ ସମୟରେ ବାପା, ମା, ବଡ଼ଭାଇ, ଭାଉଜ, ସ୍ତ୍ରୀ, ପୁଅ, ଝିଅ ପରିବାର ବନ୍ଧୁ ବର୍ଗ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ମୁଖାଗ୍ନି ତାଙ୍କ ବାପା ଭିମ କରୁଆ ଦେଇଥିଲେ। ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande