
ଭୁବନ, ୨୭ ମାର୍ଚ୍ଚ (ହି.ସ.)- କାମାକ୍ଷାନଗରର ପୂର୍ବତନ ବିଧାୟକ ତଥା ଓଡ଼ିଶାର ପ୍ରଥମ ବିଜେପି ବିଧାୟକ ସ୍ବର୍ଗତ ପ୍ରସନ୍ନ ପଟ୍ଟନାୟକଙ୍କ ୭୭ତମ ଜୟନ୍ତୀ ଭୁବନ ଠାରେ ପାଳିତ ହୋଇଯାଇଛି । ପ୍ରସନ୍ନଙ୍କ ଜୟନ୍ତୀ ଅବସରରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ା. ରମେଶ କୁମାର ସାହୁଙ୍କ ଉପସ୍ଥିତିରେ ରୋଗୀଙ୍କୁ ଫଳ ବଣ୍ଟନ କରାଯିବା ସହିତ ବାଟ ତାରିଣୀ ପୀଠରେ ସାମୁହିକ ଦୀପଦାନ କରାଯାଇଥିଲା । ପ୍ରସନ୍ନ ପଟ୍ଟନାୟକ ସ୍ମୃତି ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ବିନୟ ପଟ୍ଟନାୟକଙ୍କ ସମେତ ରାମକୃଷ୍ଣ ପୋଥାଳ, ଅନନ୍ତ ସାମଲ, ବୃନ୍ଦାବନ ପୃଷ୍ଟି, ରଙ୍ଗାଧର ସାହୁ, କୋଦଣ୍ଡ ରାଉତ, ମଳୟ ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସମେତ ସ୍ବର୍ଗତ ପ୍ରସନ୍ନଙ୍କ ବହୁ ଅନୁଗତ କର୍ମୀ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ