ଗୁଣ୍ଡିଚା ଘରକୁ ବିଜେ କଲେ ଡିଆ ଶ୍ରୀକପିଳେଶ୍ଵରଦେବ।
Odisha, 27 ମାର୍ଚ୍ଚ (ହି.ସ.) ଖୋର୍ଦ୍ଧା, ସ୍ଥାନୀୟ ଡିଆ ପଞ୍ଚାୟତର ଇଷ୍ଟଦେବ ଶ୍ରୀକପିଳେଶ୍ଵରଦେବଙ୍କ ପାରମ୍ପରିକ ଅଶୋକାଷ୍ଟମୀ ରଥଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଠାକୁର ଗତକାଲି ରଥାରୂଢ ହୋଇ ଗୁଣ୍ଡିଚା ଘର ଅଭିମୁଖେ ଗମନକରି ବାଟରେ ପଣାକିଆରିରେ ରହଣି କରିଛନ୍ତି। ଆଜି ସନ୍ଧ୍ୟାରେ ଡି
Gundicha ghare


Odisha, 27 ମାର୍ଚ୍ଚ (ହି.ସ.)

ଖୋର୍ଦ୍ଧା, ସ୍ଥାନୀୟ ଡିଆ ପଞ୍ଚାୟତର ଇଷ୍ଟଦେବ ଶ୍ରୀକପିଳେଶ୍ଵରଦେବଙ୍କ ପାରମ୍ପରିକ ଅଶୋକାଷ୍ଟମୀ ରଥଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଠାକୁର ଗତକାଲି ରଥାରୂଢ ହୋଇ ଗୁଣ୍ଡିଚା ଘର ଅଭିମୁଖେ ଗମନକରି ବାଟରେ ପଣାକିଆରିରେ ରହଣି କରିଛନ୍ତି। ଆଜି ସନ୍ଧ୍ୟାରେ ଡିଆସ୍ଥିତ ଗୁଣ୍ଡିଚା ଘରକୁ ବିଜେ କରିବେ। ସେଠାରେ ତିନିଦିନ ରହଣି ପରେ ଚତୁର୍ଥଦିନ ଅର୍ଥାତ ଦ୍ୱାଦଶୀ ତିଥି ମଧ୍ୟରାତ୍ରରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହେବ।ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପ୍ରତ୍ୟୁଷରୁ ମନ୍ଦିର ଖୋଲାଯାଇ ଶ୍ରୀଜୀଉଙ୍କୁ ସୁଶୀତଳ ଜଳରେ ସ୍ନାନମାଜଣା କରାଯାଇଥିଲା।ମଙ୍ଗଳ ଆଳତୀ ପରେ ଶ୍ରୀଜୀଉଙ୍କୁ ଭକ୍ତମାନେ ଦର୍ଶନ କରିଥିଲେ।ବଡିଭୋରୁ ନିଃସନ୍ତାନ ବ୍ରତଧାରୀ ମହିଳାମାନେ ଠାକୁରଙ୍କ ପହିଲି ଗରା ଜଳରେ ମହାସ୍ନାନ କରିଥିଲେ।ଶୁଖିଲା ଭୋଗ ଓ ମଧ୍ୟାହ୍ନ ଧୂପଲାଗି ହେବାପରେ ଶ୍ରୀଜୀଉଙ୍କୁ ବିଜେ ମଣ୍ଡପକୁ ନିଜେ କରାଯାଇଥିଲା ।ଅନୁରୂପଭାବେ ରଥଯାତ୍ରା ନିମନ୍ତ୍ରଣ ରକ୍ଷାକରି ପଡୋଶୀ ଲେଣ୍ଡୋ ପଞ୍ଚାୟତ ଆରେଡି ଗ୍ରାମର ଇଷ୍ଟଦେବ ଗ୍ରାମେଶ୍ବରଦେବ ଓ ମାତା ଗ୍ରାମେଶ୍ବରୀ କ୍ରିୟାନୁଷ୍ଟାନ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ ଏକ ସୁସଜିତ ବିମାନରେ ଗହୀରଜମି ଦେଇ ମନ୍ଦିର ବେଢାକୁ ପାଛୋଟି ଅଣାଯାଇଥିଲା।ପରେ ଉଭୟ ଶ୍ରୀଜୀଉଙ୍କୁ ଆଡପ ମଣ୍ଡପକୁ ଅଣାଯାଇ ସାମୁହିକ ଭୋଗଲାଗି କରାଯାଇଥିଲା। ପରେ ମନ୍ଦିରବେଢା ପରିକ୍ରମା କରାଯାଇ ଏକ ବିରାଟ ପଟୁଆରରେ ରଥାରୂଢ କରାଯାଇଥିଲା। ହରିବୋଲ, ହୁଳହୁଳି, ନାମସଂକୀର୍ତ୍ତନ, ଘଣ୍ଟ, ତୁରୀ, ମୃଦଙ୍ଗ ଶବ୍ଦରେ ପୀଠଟି ଉତ୍ସବ ମୁଖର ହୋଇଉଠିଥିଲା। ଶ୍ରୀଜିଉମାନେ ରଥରେ ଆସୀନ ହେବା ପରେ ଶ୍ରଦ୍ଧାଳୁମାନେ ରଥକୁ ଟାଣି ନେଇଥିଲେ।ରଥଟି ଭେଟବାଲି ଦେଇ ଗହୀର ଜମି ମଧ୍ୟରେ ପୂର୍ବପ୍ରସ୍ତୁତି ଅନୁଯାଇ ପଣାକିଆରୀରେ ପହଞ୍ଚିବାପରେ ବେଦବାଡ଼ିରେ ଶ୍ରୀଜୀଉମାନଙ୍କୁ ବିଶ୍ରାମ ଦିଆଯାଇ ପଣାଭୋଗ ସମର୍ପଣ କରାଯାଇଥିଲା।ପରମ୍ପରା ଅନୁସାରେ ଶ୍ରୀଜିଉମାନେ ଆଜି ଉକ୍ତ ପଣା କିଆରୀଠାରେ ବିଶ୍ରାମ ନେବେ। ଆଜି ସନ୍ଧ୍ୟାରେ ଶ୍ରୀଜୀଉ ମାନଙ୍କୁ ରଥ ଉପରେ ପୂଜାର୍ଚନା କରାଯାଇ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ବୋଲି ପରିଚାଳନା କମିଟି ସଭାପତି କିଶୋର କୁମାର ଦାଶ ଓ ସଦସ୍ୟ ମାନସ ଚନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନନ୍ତି।ଖୋର୍ଦ୍ଧା ଉପଜିଲ୍ଲାପାଳ ସଂକଳ୍ପ ସ୍ଵାତିକ ସାହୁ , ଟାଙ୍ଗୀ ତହସିଲଦାର ନିଷ୍ଠା ମହାପାତ୍ର, ଅତିରିକ୍ତ ସନାତନ ମଲିକ ଉପସ୍ଥିତ ରହି ରଥଯାତ୍ରାର ସୁ ପରିଚାଳନା କରିଥିଲେ। ବାଲୁଙ୍ଗା ଏସ୍ଡ଼ିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କ ନିର୍ଦେଶରେ ନିରାକାରପୁର ଥାନା ଅଧିକାରୀ ବିଶ୍ବଜିତ ରାଉତରାୟ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହାୟତାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେଘରକୁ ବିଜେ କଲେ ଶ୍ରୀକପିଳେଶ୍ଵରଦେବ।ଖୋର୍ଦ୍ଧା, ସ୍ଥାନୀୟ ଡିଆ ପଞ୍ଚାୟତର ଇଷ୍ଟଦେବ ଶ୍ରୀକପିଳେଶ୍ଵରଦେବଙ୍କ ପାରମ୍ପରିକ ଅଶୋକାଷ୍ଟମୀ ରଥଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଠାକୁର ଗତକାଲି ରଥାରୂଢ ହୋଇ ଗୁଣ୍ଡିଚା ଘର ଅଭିମୁଖେ ଗମନକରି ବାଟରେ ପଣାକିଆରିରେ ରହଣି କରିଛନ୍ତି। ଆଜି ସନ୍ଧ୍ୟାରେ ଡିଆସ୍ଥିତ ଗୁଣ୍ଡିଚା ଘରକୁ ବିଜେ କରିବେ। ସେଠାରେ ତିନିଦିନ ରହଣି ପରେ ଚତୁର୍ଥଦିନ ଅର୍ଥାତ ଦ୍ୱାଦଶୀ ତିଥି ମଧ୍ୟରାତ୍ରରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହେବ।

ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପ୍ରତ୍ୟୁଷରୁ ମନ୍ଦିର ଖୋଲାଯାଇ ଶ୍ରୀଜୀଉଙ୍କୁ ସୁଶୀତଳ ଜଳରେ ସ୍ନାନମାଜଣା କରାଯାଇଥିଲା।ମଙ୍ଗଳ ଆଳତୀ ପରେ ଶ୍ରୀଜୀଉଙ୍କୁ ଭକ୍ତମାନେ ଦର୍ଶନ କରିଥିଲେ।ବଡିଭୋରୁ ନିଃସନ୍ତାନ ବ୍ରତଧାରୀ ମହିଳାମାନେ ଠାକୁରଙ୍କ ପହିଲି ଗରା ଜଳରେ ମହାସ୍ନାନ କରିଥିଲେ।ଶୁଖିଲା ଭୋଗ ଓ ମଧ୍ୟାହ୍ନ ଧୂପଲାଗି ହେବାପରେ ଶ୍ରୀଜୀଉଙ୍କୁ ବିଜେ ମଣ୍ଡପକୁ ନିଜେ କରାଯାଇଥିଲା ।ଅନୁରୂପଭାବେ ରଥଯାତ୍ରା ନିମନ୍ତ୍ରଣ ରକ୍ଷାକରି ପଡୋଶୀ ଲେଣ୍ଡୋ ପଞ୍ଚାୟତ ଆରେଡି ଗ୍ରାମର ଇଷ୍ଟଦେବ ଗ୍ରାମେଶ୍ବରଦେବ ଓ ମାତା ଗ୍ରାମେଶ୍ବରୀ କ୍ରିୟାନୁଷ୍ଟାନ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ ଏକ ସୁସଜିତ ବିମାନରେ ଗହୀରଜମି ଦେଇ ମନ୍ଦିର ବେଢାକୁ ପାଛୋଟି ଅଣାଯାଇଥିଲା।ପରେ ଉଭୟ ଶ୍ରୀଜୀଉଙ୍କୁ ଆଡପ ମଣ୍ଡପକୁ ଅଣାଯାଇ ସାମୁହିକ ଭୋଗଲାଗି କରାଯାଇଥିଲା। ପରେ ମନ୍ଦିରବେଢା ପରିକ୍ରମା କରାଯାଇ ଏକ ବିରାଟ ପଟୁଆରରେ ରଥାରୂଢ କରାଯାଇଥିଲା। ହରିବୋଲ, ହୁଳହୁଳି, ନାମସଂକୀର୍ତ୍ତନ, ଘଣ୍ଟ, ତୁରୀ, ମୃଦଙ୍ଗ ଶବ୍ଦରେ ପୀଠଟି ଉତ୍ସବ ମୁଖର ହୋଇଉଠିଥିଲା। ଶ୍ରୀଜିଉମାନେ ରଥରେ ଆସୀନ ହେବା ପରେ ଶ୍ରଦ୍ଧାଳୁମାନେ ରଥକୁ ଟାଣି ନେଇଥିଲେ।ରଥଟି ଭେଟବାଲି ଦେଇ ଗହୀର ଜମି ମଧ୍ୟରେ ପୂର୍ବପ୍ରସ୍ତୁତି ଅନୁଯାଇ ପଣାକିଆରୀରେ ପହଞ୍ଚିବାପରେ ବେଦବାଡ଼ିରେ ଶ୍ରୀଜୀଉମାନଙ୍କୁ ବିଶ୍ରାମ ଦିଆଯାଇ ପଣାଭୋଗ ସମର୍ପଣ କରାଯାଇଥିଲା।ପରମ୍ପରା ଅନୁସାରେ ଶ୍ରୀଜିଉମାନେ ଆଜି ଉକ୍ତ ପଣା କିଆରୀଠାରେ ବିଶ୍ରାମ ନେବେ। ଆଜି ସନ୍ଧ୍ୟାରେ ଶ୍ରୀଜୀଉ ମାନଙ୍କୁ ରଥ ଉପରେ ପୂଜାର୍ଚନା କରାଯାଇ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ବୋଲି ପରିଚାଳନା କମିଟି ସଭାପତି କିଶୋର କୁମାର ଦାଶ ଓ ସଦସ୍ୟ ମାନସ ଚନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନନ୍ତି।ଖୋର୍ଦ୍ଧା ଉପଜିଲ୍ଲାପାଳ ସଂକଳ୍ପ ସ୍ଵାତିକ ସାହୁ , ଟାଙ୍ଗୀ ତହସିଲଦାର ନିଷ୍ଠା ମହାପାତ୍ର, ଅତିରିକ୍ତ ସନାତନ ମଲିକ ଉପସ୍ଥିତ ରହି ରଥଯାତ୍ରାର ସୁ ପରିଚାଳନା କରିଥିଲେ। ବାଲୁଙ୍ଗା ଏସ୍ଡ଼ିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କ ନିର୍ଦେଶରେ ନିରାକାରପୁର ଥାନା ଅଧିକାରୀ ବିଶ୍ବଜିତ ରାଉତରାୟ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହାୟତାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande