ବରିଷ୍ଠ ଅଧିବକ୍ତା ହରେନ୍ଦ୍ର ଦାସଙ୍କ ପରଲୋକରେ ଶୋକ
ଭଦ୍ରକ, ୨୭ ମାର୍ଚ୍ଚ (ହି.ସ.) - ଭଦ୍ରକ ପୌରାଂଚଳ ୱାର୍ଡ଼ ନଂ–୭ରୁ ଆସିଥିବା ଏକ ବିଷାଦମୟ ଖବର ସମସ୍ତଙ୍କୁ ଗଭୀର ଦୁଃଖରେ ଡୁବାଇଦେଇଛି। ପୂର୍ବତନ ପ୍ରଶାସନିକ ଅଧିକାରୀ, ବିଆଇଇଟି ଓ ବରିଷ୍ଠ ଅଧିବକ୍ତା ସ୍ୱର୍ଗତ ହରେନ୍ଦ୍ର ଦାସଙ୍କ ଦେହାନ୍ତ ଆମ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଦୁଃଖଦ ସମୟରେ ବିଜ
HARENDRA DAS PARALOKA RE SOKA


ଭଦ୍ରକ, ୨୭ ମାର୍ଚ୍ଚ (ହି.ସ.) - ଭଦ୍ରକ ପୌରାଂଚଳ ୱାର୍ଡ଼ ନଂ–୭ରୁ ଆସିଥିବା ଏକ ବିଷାଦମୟ ଖବର ସମସ୍ତଙ୍କୁ ଗଭୀର ଦୁଃଖରେ ଡୁବାଇଦେଇଛି। ପୂର୍ବତନ ପ୍ରଶାସନିକ ଅଧିକାରୀ, ବିଆଇଇଟି ଓ ବରିଷ୍ଠ ଅଧିବକ୍ତା ସ୍ୱର୍ଗତ ହରେନ୍ଦ୍ର ଦାସଙ୍କ ଦେହାନ୍ତ ଆମ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଦୁଃଖଦ ସମୟରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସ୍ୱର୍ଗତ ହରେନ୍ଦ୍ର ଦାସଙ୍କ ବାସଭବନରେ ପହଂଚି ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ। ସେ ଅମର ଆତ୍ମାର ସଦଗତି କାମନା କରି ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଥିଲେ ଏବଂ ପରିବାରବର୍ଗକୁ ଏହି କଷ୍ଟକର ସମୟରେ ଧୈର୍ଯ୍ୟ ଧାରଣ କରିବା ପାଇଁ ସାନ୍ତ୍ୱନା ଜଣାଇଥିଲେ। ଏହି ଅବସରରେ ବରିଷ୍ଠ ଅଧିବକ୍ତା ସନ୍ତୋଷ ଆଚାର୍ଯ୍ୟ, ବିଜନ୍ ଜେନା, ଯୁବନେତା ଦୁର୍ଗା ପ୍ରସନ୍ନ ଦାସ, ରାଜେଶ ଦାସ ସହ ଅନେକ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ଉପସ୍ଥିତ ରହି ଶୋକପ୍ରକାଶ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande