ଢ଼ାବା ସପ୍ଲାଏର ହତ୍ୟା ଘଟଣାରେ ଦୁଇ ଗିରଫ
ଖୋର୍ଧା 27 ମାର୍ଚ୍ଚ (ହି.ସ.)ବାଲୁଗାଁ ପଣ୍ଡା ଢାବାରେ ମର୍ଡର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଘଟଣାର ଦୁଇ ଜଣଙ୍କୁ ଗିରଫ କରିଛି ବାଲୁଗାଁ ପୋଲିସ । ଜଣେ ହତ୍ୟା କରିଥିଲା ଓ ଆଉ ଜଣେ ହତ୍ୟାକାରୀକୁ ସହଯୋଗ କରିଥିଲା । ମୋବାଇଲ ଦେଖିବା ଘଟଣାକୁ କେନ୍ଦ୍ରକରି ହୋଇଥିଲା ହତ୍ୟାକାଣ୍ଡ । ୧୬ନମ୍ବର
Hatya


ଖୋର୍ଧା 27 ମାର୍ଚ୍ଚ (ହି.ସ.)ବାଲୁଗାଁ ପଣ୍ଡା ଢାବାରେ ମର୍ଡର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଘଟଣାର ଦୁଇ ଜଣଙ୍କୁ ଗିରଫ କରିଛି ବାଲୁଗାଁ ପୋଲିସ । ଜଣେ ହତ୍ୟା କରିଥିଲା ଓ ଆଉ ଜଣେ ହତ୍ୟାକାରୀକୁ ସହଯୋଗ କରିଥିଲା । ମୋବାଇଲ ଦେଖିବା ଘଟଣାକୁ କେନ୍ଦ୍ରକରି ହୋଇଥିଲା ହତ୍ୟାକାଣ୍ଡ । ୧୬ନମ୍ବର ଜାତୀୟ ରାଜପଥର ବାଲୁଗାଁ ଅଞ୍ଚଳରେ ଥିବା ପଣ୍ଡା ଢାବାରେ କାର୍ଯ୍ୟ କରୁଥିବା ସପ୍ଲାଏରକୁ କେହି ବେକ କାଟି ହତ୍ୟା କରିଥିଲା। ହତ୍ୟା ହେବା ପରେ ମୃତଦେହକୁ ଅନ୍ୟତ୍ର ଫିଙ୍ଗା ଯାଇଥିଲା। କିଏ ହତ୍ୟା କଲା ? କ'ଣ ପାଇଁ ହତ୍ୟା କଲା ? ହତ୍ୟାକାଣ୍ଡ ପଛରେ କ'ଣ ରହିଛି ରହସ୍ୟ ? ଏହି ଘଟଣାରେ କେତେ ଜଣ ସଂପୃକ୍ତ ଅଛନ୍ତି ? ଏସବୁ ପ୍ରଶ୍ନର ଖିଅକୁ ନେଇ ପୋଲିସ ତଦନ୍ତ କରିଥିଲା । ଏହି ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରିଛି।ଦୁଇ ହତ୍ୟାକାରୀଙ୍କୁ ଗିରଫ କରିବା ପରେ ହତ୍ୟାକାଣ୍ଡ ଘଟଣାର ସିନ୍-ରିକ୍ରିଏସନ୍ କରିଛି ବାଲୁଗାଁ ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଓ ରକ୍ତ ଭିଜା ଗାମୁଛା ବାଲୁଗାଁ ପୋଲିସ ଜବତ କରିଛି ।ସୁଚନା ମୁତାବକ ବାଲୁଗାଁ ପଣ୍ଡା ଢାବାରେ ସପ୍ଲାଏର ଭାବେ କାମ କରୁଥିଲା ବାଣପୁର ଥାନା ଏକଡାଳିଆ ଗାଁର ଦିବ୍ୟାଙ୍ଗ ପପୁ ଦଳ ବେହେରା । ମୋବାଇଲ ଦେଖିବାକୁ ନେଇ ମଙ୍ଗରାଜପୁର ଗାଁର ଶାନ୍ତନୁ ପ୍ରଧାନ ଏକ ଛୁରୀରେ ପପୁର ବେକକୁ କାଟି ହତ୍ୟା କରିଥିଲା । ପରେ ମୃତଦେହକୁ ଢ଼ାବା ଭିତରୁ ନେଇ ପଛ ପଟେ ଥିବା ବିଲ ମଧ୍ୟରେ ଫିଙ୍ଗିଦେଇଥିଲା । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଓ ରକ୍ତଭିଜା ଗାମୁଛାକୁ ଲୁଚାଇ ରଖିବାରେ ସହଯୋଗ କରିଥିଲା ଢାବା ମାଲିକ ତଥା ସ୍ଥାନୀୟ ବିଧାରପୁର ଗାଁର ମନୋରଞ୍ଜନ ବେହେରା।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande