
ଘଟଗାଁ୨୭ ମାର୍ଚ୍ଚ (ହି.ସ.) - କେନ୍ଦୁଝରଜିଲ୍ଲା ତାରିଣୀ କଲ୍ୟାଣମଣ୍ଡପ ପରିସରରେ ଘଟଗାଁ ଅଂଚଳରେ ଗଢିଉଠିଥିବା ହୋଟେଲ ଓ ଲଜ ମାଲିକଙ୍କ ବୈଠକ ମା ତାରିଣୀ ଠକୁରାଣୀ ଲଜ ପରିସରରେ ସଂଘର ସଭାପତି ଦିଲ୍ଲିପ କୁମାର ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।
ସଂଘର ସଂପାଦକ ସଞ୍ଜୟ କୁମାର ମିଶ୍ର ଯୋଗ ଦେଇ ହେବ ଓ ଲଜ ମାଲିକଙ୍କ ବିଭିନ୍ନ ସମାସ୍ୟା ଉପରେ ଆଲୋଚନା କରିଥିବା ସହିତ ବର୍ତମାନ ମା ତାରିଣୀ ସମନ୍ନୀତ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ ରହିଥିବାରୁ ଆଗାମୀ ଦିନରେ ହୋଟେଲ ଓ ଲଜଶିଳ୍ପ ଯେପରି ପ୍ରଭାବିତ ନ ହୁଏ ସେ ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ନିଷ୍ପୁତି ନିଆଯିବାକୁ ସୂଚନା ଦେଇଥିଲେ।
ସଂଘର ସଦସ୍ୟ ପ୍ରମୋଦ କୁମାର ରାଉତ ଗୌରାଙ୍ଗ ଚରଣ ମହାନ୍ତ କାଳନ୍ଦି ଚରଣ ସାହୁ ସରୋଜ କୁମାର ବାରିକ ଅମୁଲ୍ୟ କୁମାର ବାରିକ ସୌଭାଗ୍ୟ, ରଞ୍ଜନ ପଲେଇ, ଚିନ୍ମୟ କୁମାର ସାହୁ, ଦିଲିପ କୁମାର ସାହୁ, ସୁବ୍ରତ କୁମାରସାହୁ ପ୍ରମୁଖ ବୌଠକରେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ