ଲୋକସଭାରେ ପବ୍ଲିକ୍ ଟ୍ରଷ୍ଟ (ବିଧାନ ସଂଶୋଧନ) ବିଲ୍ ଆଗତ
ନୂଆଦିଲ୍ଲୀ, ୨୭ ମାର୍ଚ୍ଚ (ହି.ସ.): କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ୍ ପ୍ରସାଦ ଶୁକ୍ରବାର ଦିନ ଲୋକସଭାରେ ପବ୍ଲିକ୍ ଟ୍ରଷ୍ଟ (ବିଧାନ ସଂଶୋଧନ) ବିଲ୍, ୨୦୨୬ ଆଗତ କରିଛନ୍ତି। ଏହି ବିଲ୍ କିଛି ଆଇନ ସଂଶୋଧନ କରି ଅପରାଧକୁ ଅପରାଧମୁକ୍ତ ଏବଂ ଯୁକ୍ତିଯୁକ୍ତ କରିବା ପାଇଁ ଲକ୍ଷ୍ୟ ର
ଲୋକସଭାରେ ପବ୍ଲିକ୍ ଟ୍ରଷ୍ଟ (ବିଧାନ ସଂଶୋଧନ) ବିଲ୍ ଆଗତ


ନୂଆଦିଲ୍ଲୀ, ୨୭ ମାର୍ଚ୍ଚ (ହି.ସ.): କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ୍ ପ୍ରସାଦ ଶୁକ୍ରବାର ଦିନ ଲୋକସଭାରେ ପବ୍ଲିକ୍ ଟ୍ରଷ୍ଟ (ବିଧାନ ସଂଶୋଧନ) ବିଲ୍, ୨୦୨୬ ଆଗତ କରିଛନ୍ତି। ଏହି ବିଲ୍ କିଛି ଆଇନ ସଂଶୋଧନ କରି ଅପରାଧକୁ ଅପରାଧମୁକ୍ତ ଏବଂ ଯୁକ୍ତିଯୁକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛି।

ଏକ ଚୟନ କମିଟିର ସୁପାରିଶକୁ ଅନ୍ତର୍ଭୁକ୍ତ କରିବା ପରେ ବାଣିଜ୍ୟ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ୍ ପ୍ରସାଦ ଆଜି ଲୋକସଭାରେ ପବ୍ଲିକ୍ ଟ୍ରଷ୍ଟ (ବିଧାନ ସଂଶୋଧନ) ବିଲ୍, ୨୦୨୬ ଆଗତ କରିଛନ୍ତି। ଏହି ବିଲ୍ କିଛି ବ୍ୟବସ୍ଥା ସଂଶୋଧନ କରି ଛୋଟ ଅପରାଧକୁ ଅପରାଧମୁକ୍ତ ଏବଂ ଯୁକ୍ତିଯୁକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛି, ଯାହା ଦ୍ୱାରା ବ୍ୟବସାୟ ଏବଂ ଜୀବନଧାରଣର ସହଜତାକୁ ଆହୁରି ପ୍ରୋତ୍ସାହିତ କରିବ।

ବିଲ୍ର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଛୋଟ ବୈଷୟିକ କିମ୍ବା ପ୍ରକ୍ରିୟାଗତ ଉଲ୍ଲଂଘନକୁ ଅପରାଧମୁକ୍ତ କରିବା ଏବଂ ୭୮ ରୁ ଅଧିକ ଆଇନରେ ଛୋଟ ଅପରାଧ ପାଇଁ ଜେଲ ଦଣ୍ଡକୁ ଆର୍ôଥକ ଜରିମାନା ସହିତ ବଦଳାଇବା, ଯାହା ଦ୍ୱାରା ବ୍ୟବସାୟ ଏବଂ ଜୀବନଧାରଣର ସହଜତାରେ ଉନ୍ନତି ଆଣୁଛି। ଏହାର ଉଦ୍ଦେଶ୍ୟ ହେଉଛି ସହଜ ଜୀବନଧାରଣ ଏବଂ ସହଜ ବ୍ୟବସାୟ ପାଇଁ ଟ୍ରଷ୍ଟ-ଆଧାରିତ ଶାସନକୁ ଆହୁରି ପ୍ରୋତ୍ସାହିତ କରିବା।

--------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande