
କେନ୍ଦ୍ରାପଡା, ୨୭ ମାର୍ଚ୍ଚ (ହି.ସ.)- ଯେତେବେଳେ ସାରା ଦେଶବାସୀ ପବିତ୍ର ରାମ ନବମୀ ପାଳନ ସହିତ ଖୁସି ଓ ଆନନ୍ଦରେ ଲିପ୍ତ, ସେହି ସମୟରେ ପରିବେଶର ସମୃଦ୍ଧି, ସ୍ୱଚ୍ଛତା ଓ ସୁରକ୍ଷା ତଥା ନିଶୁଳ୍କ ଶେବା ପ୍ରଦାନ କରି ଯୁବବର୍ଗଙ୍କୁ ଶଶକ୍ତ କରି ରାଷ୍ଟ୍ରଗଠନରେ ପ୍ରୟାସରତ କୁଶିଆପାଳ ଓ ଗୁଆଳସିହ ଗ୍ରା. ପ. ମଧ୍ୟରେ ଅବସ୍ଥିତ ପ୍ରକୃତି ମିତ୍ର ଦି ଇନଷ୍ଟିଚୁଟ ଅଫ ଟୋଟାଲ ଫିଟନେସ ଆଣ୍ଡ ଗ୍ଦଗ୍ଧକ୍ସରଗ୍ଦଗ୍ଦ ମ୍ୟାନେଜମେଣ୍ଟ ତରଫରୁ ବରାଙ୍ଗ (ଅନୁଆପଡା, ଚାନ୍ଦୋଳ) ଗ୍ରାମର ଆଲୋକ ଜେନା (ଦୁଇଟି ବ୍ରୃକକ଼ କ୍ଷତିରେ ଆକ୍ରାନ୍ତ), ବ୍ରୃଦ୍ଧା ମା ପାରାଲିସିସ଼ ରେ ଅପଙ୍ଗ, ବ୍ରୃଦ୍ଧା ବାପା ଶଯ୍ୟାଶାହି, ତିନୋଟି ଛୋଟ ଛୋଟ ଝିଅ ଓ ପତ୍ନୀ। ଏହି ଦୁଃଖୀ ପରିବାର ସଦସ୍ୟଙ୍କ ପାଇଁ ଏକ ମାସର ଖାଦ୍ୟ ଓ ଖର୍ଚ୍ଚ ପାଇଁ ଅର୍ଥର ସହାୟତା ପ୍ରଦାନ କରି ଏହି ପବିତ୍ର ଦିବସରେ ଦୁଃଖୀ ପରିବାରର ସଦଶ୍ୟଙ୍କ ମନରେ ଟିକେ ଖୁସି ଆଣିବାକୁ ଚେଷ୍ଟା କରିଥିଲେ ।
ଏହି ସେବା ଓ ଅନନ୍ୟ କାର୍ଯ୍ୟରେ ଅନୁଷ୍ଠାନର ଛାତ୍ର ଲଚ୍ଛମନ ସାହୁ, ହିମାଂଶୁ ଶେଖର ସାହୁ ଓ ସମସ୍ତ ପିଲାମାନଙ୍କ ସହିତ, ପ୍ରତିଷ୍ଠାତା ତଥା ପରିଚାଳକ ସୁବାଦାର ମେଜର ବ୍ରଜ କିଶୋର ସାହୁଙ୍କ, ବାଜାଜ଼ ଫାଇନାନ଼ସ଼ର ମ୍ୟାନେଜର ପ୍ରଶାନ୍ତ କୁମାର ପାଢୀ, ଗୁରୁ କାଙ୍ଗାଳି ଚରଣ ବାରିକ, ସ୍ୱେଚ୍ଛାସେବୀ ରବିନ୍ଦ୍ର କୁମାର ବେହେରା ଓ ଅନୁଷ୍ଠାନର ସମସ୍ତ ସଦସ୍ୟ ବୃନ୍ଦ ସହଯୋଗ କରି କାର୍ଯ୍ୟକୁ ସଫଳ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି