ଜୟପୁର ସାଂସ୍କୃତିକ ଅନୁଷ୍ଠାନ ପାଳନ କଲା ବିଶ୍ୱ ନାଟକ ଦିବସ
ଜୟପୁର, ୨୭ ମାର୍ଚ୍ଚ (ହି.ସ.) - ଜୟପୁର ସାଂସ୍କୃତିକ ଅନୁଷ୍ଠାନ ଜୟପୁର ଦ୍ୱାରା ବରିଷ୍ଠ ନାଗରିକ ସମିତି ଜୟପୁର ଠାରେ ପାଳିତ ହେଲା ବିଶ୍ୱ ନାଟକ ଦିବସ।ପ୍ରଥମେ ଅତିଥି ଓ କଳାକାରମାନଙ୍କୁ ସ୍ୱାଗତ କରାଯାଇ ବିଶ୍ୱ ନାଟକ ଦିବସ ଆଭିମୁଖ୍ୟ ଜଣାଇ ଦେବା ପରେ ଆଲୋଚନା କରା ଯାଇଥିଲା ସମାଜର ଉନ୍ନତିରେ ନାଟକର
ଜୟପୁର ସାଂସ୍କୃତିକ ଅନୁଷ୍ଠାନ ପାଳନ କଲା ବିଶ୍ୱ ନାଟକ ଦିବସ


ଜୟପୁର, ୨୭ ମାର୍ଚ୍ଚ (ହି.ସ.) - ଜୟପୁର ସାଂସ୍କୃତିକ ଅନୁଷ୍ଠାନ ଜୟପୁର ଦ୍ୱାରା ବରିଷ୍ଠ ନାଗରିକ ସମିତି ଜୟପୁର ଠାରେ ପାଳିତ ହେଲା ବିଶ୍ୱ ନାଟକ ଦିବସ।ପ୍ରଥମେ ଅତିଥି ଓ କଳାକାରମାନଙ୍କୁ ସ୍ୱାଗତ କରାଯାଇ ବିଶ୍ୱ ନାଟକ ଦିବସ ଆଭିମୁଖ୍ୟ ଜଣାଇ ଦେବା ପରେ ଆଲୋଚନା କରା ଯାଇଥିଲା ସମାଜର ଉନ୍ନତିରେ ନାଟକର ଭୂମିକା। ଏହି କାର୍ଯ୍ୟକ୍ରମଟିକୁ ଆବାହକ ନିରଞ୍ଜନ ପାଣିଗ୍ରାହୀ ସଭାପତିତ୍ୱ କରି କହିଥିଲେ, ମନୁଷ୍ୟ ମନରେ ଖୁସି ପ୍ରଦାନ କରିବା ସହିତ ଯଦି ସମାଜର ହିତ ସାଧନ ପାଇଁ ବାର୍ତା ପ୍ରଦାନ କରିପାରିବା ତେବେ ନାଟକ ଦିବସର ଆଭିମୁଖ୍ୟ ପୂରଣ ହୋଇ ପାରିବ। ବରିଷ୍ଠ ନାଟ୍ୟକାର ଉଦୟ ଶଙ୍କର ଯାନୀ, ଗୋପାଳ ସାମନ୍ତରାୟ, ପ୍ରକାଶ ମହାନ୍ତି, ସାହିତ୍ୟିକ ଲକ୍ଷ୍ମୀ କାନ୍ତ ପାଢ଼ୀ, ଏମ ଡ଼ି ସରିଫ, ରବି ପାତ୍ର, ସୁରେଶ ହୋତା, ଗୁପ୍ତ ପ୍ରସାଦ ପାଣିଗ୍ରାହୀ, ଶିଶିର ଦାଶ, ଟୁକୁନା ଦାଶ, କିଶୋର ମିଶ୍ର, ଅଶୋକ ଜେନା, କୃଷ୍ଣ କୁଲଦୀପ, ବବଲୁ ହିରୋ, ସମୀର ଶତପଥି, ଲିଟି, ପିଙ୍କୁ, ଡ଼. ଗାୟତ୍ରୀ ଦେବୀ ଏବଂ ଅନ୍ୟାନ୍ୟ କଳାକାର ଏହି ଆଲୋଚନାରେ ଅଂଶ ଗ୍ରହଣ କରି ଜୟପୁର କଳାର କେନ୍ଦ୍ର ବୋଲି ମତ ପ୍ରକାଶ କରିଥିଲେ। ଦେଶ ସ୍ୱାଧୀନତା ପଛରେ ନାଟକର ହାତ ଥିବକଥା କହିଥିଲେ, ବେଦ ପରେ ଯଦି ସାହିତ୍ୟ କ୍ଷେତ୍ରରେ ବଳିଷ୍ଠ ଅବଦାନ ମାନବ ସମାଜ ପାଇଁ ତେବେ ତାହା ନାଟକ ବୋଲି କହିଥିଲେ।

ଜଗନ୍ନାଥ ସଂସ୍କୃତି ଏବଂ ନାଟକର ସମ୍ପର୍କ ବିଷୟରେ ପାଢ଼ୀ ମହୋଦୟ ବୁଝାଇଥିଲେ। ନାଟକ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଥିବା କଥା ଆଲୋଚନା କରାଯାଇଥିଲା। ଜୟପୁର ଆକାଶବାଣୀ ଏବଂ ନାଟକର ଭୂମିକା ଏପରି ଅନେକ କଥା ଆଲୋଚନା ହୋଇ ଥିଲା। ପୁରାତନ କଳାକାରମାନଙ୍କୁ ମନେ ପାକାଇ ଥିବାରୁ ସମସ୍ତଙ୍କ ମନରେ ନାଟୁଆ ପଣ ଜାଗି ଉଠିଥିଲା। ଶେଷରେ ଅନିଲ ଜେନା ଧନ୍ୟବାଦ ଦେଇ ଆଗାମୀ ନାଟକ ମୋତେ ବଂଚିବାକୁ ଦିଅ, ପ୍ରତୀକ୍ଷା, ଛାମୁ ଯାହାଦେଲେ ହରଷେ ବିଷୟରେ କହିବା ପରେ ସଭା ସାଙ୍ଗ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande