
ଭଦ୍ରକ, ୨୭ ମାର୍ଚ୍ଚ (ହି.ସ.) - ଦେଶାନ୍ତର ପ୍ରବାସୀ ଶ୍ରମିକ ବୀରଭଦ୍ର ନାୟକ ଉତାକୁଡ, ଉଗ୍ରତାରା, ଚାନ୍ଦବାଲି, ଭଦ୍ରକ ନିବାସୀ ଦୁବାଇରେ ପାଣି ପାଇପ୍ ମିସ୍ତ୍ରୀ ଭାବେ କାର୍ଯ୍ୟରତ। ଗତ ତା ୨୭।୦୨।୨୬ ରିଖ ରାତିରେ କାମ କରୁଥିବା ସମୟରେ ଖସି ପଡ଼ି ମୃତ୍ୟୁବରଣ କରିଥିବା କଥା ତାଙ୍କ ପରିବାର ଲୋକ ତା ୧ ।୩।୨୬ ରିଖରେ ଜାଣିବାକୁ ପାଇଥିଲେ । ପରିବାର ଲୋକଙ୍କ ଅନୁରୋଧ କ୍ରମେ ଅନ୍ତେଷ୍ଟିକ୍ରୀୟା ନିମନ୍ତେ ଦୁବାଇରୁ ଶବ ହସ୍ତାନ୍ତର ପାଇଁ ଓଡ଼ିଶା ପରିବାରରୁ ଖବର ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ସହ ଶ୍ରମ ଅଧିକାରୀ ୨।୩।୨୬ ରିଖ ତଦନ୍ତ କରି ଏହାର ଏକ ସବିଶେଷ ରିପୋର୍ଟ ଜିଲ୍ଲା ଶ୍ରମ ଅଧିକାରୀ, ପ୍ରବର୍ତନ, ଭଦ୍ରକ ଶ୍ରମ ଆୟୁକ୍ତ, ଓଡ଼ିଶା ଙ୍କୁ ୨।୩।୨୬ ରେ ପ୍ରଦାନ କରିଥିଲେ। ଫଳ ସ୍ୱରୂପ ଶ୍ରମ ଆୟୁକ୍ତ ଦେଶାନ୍ତର ପ୍ରବାସୀ ଶ୍ରମିକ ହେତୁ ଡାଇରେକ୍ଟର,ଗଲ୍ଫ ଡିଭିଜନ, ଏକ୍ସଟର୍ନାଲ ମିନିଷ୍ଟ୍ରିଙ୍କୁ ବୀରଭଦ୍ର ନାୟକଙ୍କ ଶବ ପ୍ରତ୍ୟାର୍ପଣ ଓ ଅନ୍ୟାନ୍ୟ ଆର୍ଥିକ ପ୍ରକିୟା କାର୍ଯ୍ୟରେ ସହଯୋଗ ପାଇଁ ପତ୍ର ପ୍ରଦାନ କରିଥିଲେ। ଓଡ଼ିଶା ସରକାର, ଶ୍ରମ ବିଭାଗ, ଓଡ଼ିଶା ପରିବାର, ଜିଲ୍ଲା ପ୍ରଶାସନ ମିଳିତ ପ୍ରୟାସରେ ଓ ସଂମ୍ପୃକ୍ତ କଂପାନୀଙ୍କ ଆର୍ଥିକ ସହାୟତା ଯୋଗୁ ଗତକାଲି ବିମାନ ଯୋଗେ ବୀରଭଦ୍ର ପାର୍ଥିବ ଶରୀର ହାଇଦ୍ରାବାଦ ଓ ପୁନଶ୍ଚ ଆମ୍ବୁଲାନ୍ସ ଯୋଗେ ତାଙ୍କ ନିଜ ଜନ୍ମମାଟିକୁ ସମ୍ମାନ ସହ ଶବ ସତ୍କାର ପାଇଁ ଜିଲ୍ଲା ପ୍ରସାଶନ ଓ ଶ୍ରମ ବିଭାଗ ତରଫରୁ ସହ ଶ୍ରମ ଅଧିକାରୀ ଲୋକନାଥ ଦାସ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ