ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ସାମ୍ବାଦିକ ସମ୍ମେଳନି
ଜୟପୁର, ୨୭ ମାର୍ଚ୍ଚ (ହି.ସ.) - ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ,ଜୟପୁର ସେବାକେନ୍ଦ୍ର ର ନୂତନ ଗୃହ ବିଶ୍ୱ କଲ୍ୟାଣ ଭବନ ର ଉଦଘାଟନ ୨୯ ତାରିଖ ହେବାର ଅଛି। ଏହି ଅବସରରେ ଆଜି ଏକ ସାମ୍ବାଦିକ ସମ୍ମେଳନ ଆୟୋଜିତ ହୋଇଥିଲା। ଆଧ୍ୟାତ୍ମିକ ଜାଗରଣ ଓ ବିଶ୍ୱ ଶାନ୍ତିର ପ୍ରଚାର ପାଇଁ ନବ ନିର୍ମ
ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ସାମ୍ବାଦିକ ସମ୍ମେଳନି


ଜୟପୁର, ୨୭ ମାର୍ଚ୍ଚ (ହି.ସ.) - ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ,ଜୟପୁର ସେବାକେନ୍ଦ୍ର ର ନୂତନ ଗୃହ ବିଶ୍ୱ କଲ୍ୟାଣ ଭବନ ର ଉଦଘାଟନ ୨୯ ତାରିଖ ହେବାର ଅଛି। ଏହି ଅବସରରେ ଆଜି ଏକ ସାମ୍ବାଦିକ ସମ୍ମେଳନ ଆୟୋଜିତ ହୋଇଥିଲା।

ଆଧ୍ୟାତ୍ମିକ ଜାଗରଣ ଓ ବିଶ୍ୱ ଶାନ୍ତିର ପ୍ରଚାର ପାଇଁ ନବ ନିର୍ମିତ “ବିଶ୍ୱ କଲ୍ୟାଣ ଭବନ” ର ଏକ କଠୋରୀ ରେ ଏକ ବିଶାଳ ପ୍ରେସ ସମ୍ମେଳନ ଆୟୋଜିତ ହୋଇଥିଲା। ଏହି ପଦକ୍ଷେପ ବ୍ରହ୍ମା କୁମାରୀଶ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ୯୦ ବର୍ଷ ପୂର୍ତି ଏବଂ ଅନୁଷ୍ଠାନ ର ୨ୟ ଅନ୍ତଃରାଷ୍ଟ୍ରୀୟ ମୁଖ୍ୟ ପ୍ରଶାସିକା ଦାଦୀ ଜାନକୀ ଙ୍କ ୭ମ ପୂଣ୍ୟ ତିଥି ଅବସର ସହିତ ସମ୍ପୃକ୍ତ ଅଟେ।

ପ୍ରେସ ସମ୍ମେଳନରେ ସଂଗଠନ ପକ୍ଷରୁ କୁହାଯାଇଥିଲା ଯେ, “ବିଶ୍ୱ କଲ୍ୟାଣ ଭବନ”ର ମୂଳ ଲକ୍ଷ୍ୟ ହେଉଛି ସମାଜରେ ଆଧ୍ୟାତ୍ମିକ ଚେତନା ବୃଦ୍ଧି କରିବା, ମନୋଶାନ୍ତି ଓ ନୈତିକ ମୂଲ୍ୟବୋଧକୁ ସୁଦୃଢ଼ କରିବା। ଏହି କେନ୍ଦ୍ର ମାଧ୍ୟମରେ ସମସ୍ତ ବର୍ଗର ଲୋକମାନେ ଧ୍ୟାନ, ଯୋଗ ଓ ଆତ୍ମଚିନ୍ତନ ମାଧ୍ୟମରେ ଏକ ସୁସ୍ଥ ଓ ସକାରାତ୍ମକ ଜୀବନ ଗଢ଼ିପାରିବେ।

ଜୟପୁରରେ ପିଛଲା ୩୯ ବର୍ଷ ଧରି ସଂଗଠନର କାର୍ଯ୍ୟ ଚାଲୁଥିବା ବେଳେ ବର୍ତମାନ ୨୫ଟି ଶାଖା କାର୍ଯ୍ୟରତ ଅଛି। ୨୧ଟି ବିଭିନ୍ନ ସେବା ବିଭାଗ ମାଧ୍ୟମରେ ଯୁବ ଶକ୍ତି ବିକାଶ, ମହିଳା ସଶକ୍ତିକରଣ ଓ ସାମାଜିକ ଉନ୍ନତିରେ ନିରନ୍ତର ପ୍ରୟାସ ହେଉଛି।

ପ୍ରେସ ସମ୍ମେଳନର ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା ଯୁବକ ମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ମାଦକଦ୍ରବ୍ୟ ସେବନ ନିରୋଧ। ଧ୍ୟାନ ଓ ଆଧ୍ୟାତ୍ମିକ ଶିକ୍ଷା ମାଧ୍ୟମରେ ଡ୍ରଗ୍ ଆସକ୍ତମାନଙ୍କୁ ସଠିକ୍ ପଥରେ ଆଣିବା ପାଇଁ ବିଶେଷ କାର୍ଯ୍ୟକ୍ରମ ଚାଲିଛି ବୋଲି ଜଣାଯାଇଥିଲା।

ଏହି ଅବସରରେ ମାଉଂଟ ଆବୁରୁ ପ୍ରସିଦ୍ଧ ପ୍ରେରଣାଦାୟକ ବକ୍ତା ବ୍ରହ୍ମା କୁମାରୀ ଉଷା ଦିଦି ଉପସ୍ଥିତ ରହି ସମ୍ବାଦମାଧ୍ୟମକୁ ସମ୍ବୋଧନ କରିଥିଲେ। ସେ କହିଥିଲେ, “ଆଧ୍ୟାତ୍ମିକତା ହେଉଛି ଆଜିର ଚାପପୂର୍ଣ୍ଣ ଜୀବନରେ ଶାନ୍ତି ଓ ସମତାର ଏକମାତ୍ର ଉପାୟ।”

ସ୍ଥାନୀୟ ଆଧ୍ୟାତ୍ମିକ ନେତୃତ୍ୱ ଭାବେ ଜୟନ୍ତୀ ଦିଦି , ସୁମତି ଦିଦି ଓ ଶଶୀ ଦିଦି ଓ ସୁଲୋଚନା ଦିଦି ମାନେ ମଧ୍ୟ ସମ୍ମେଳନରେ ଉପସ୍ଥିତ ଥିଲେ। ସେମାନେ ସ୍ଥାନୀୟ ଲୋକମାନଙ୍କୁ “ବିଶ୍ୱ କଲ୍ୟାଣ ଭବନ”ର ବିଭିନ୍ନ ମାଗଣା ସେବାଧ୍ୟାନ ଶିବିର, ମନୋବଳ ବୃଦ୍ଧି କାର୍ଯ୍ୟକ୍ରମ ଓ ନୈତିକ ଶିକ୍ଷାର ଲାଭ ନେବାକୁ ଆହ୍ୱାନ କରିଥିଲେ।

ସଂଗଠନ ପକ୍ଷରୁ ଆୟୋଜିତ ବିଶାଳ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ୪୦,୦୦୦ରୁ ଅଧିକ ମାତୃଶକ୍ତିଙ୍କ ସହଭାଗିତା ସମ୍ବନ୍ଧରେ ମଧ୍ୟ ଉଲ୍ଲେଖ କରାଯାଇଥିଲା, ଯାହା ସମାଜରେ ଏହାର ଗଭୀର ପ୍ରଭାବକୁ ପ୍ରକାଶ କରେ।

ପ୍ରେସ ସମ୍ମେଳନର ଶେଷରେ ସମସ୍ତଙ୍କୁ ଆଧ୍ୟାତ୍ମିକ ଜୀବନକୁ ଅନୁସରଣ କରିବାକୁ ଆହ୍ୱାନ ଜଣାଇ ଏହା କୁହାଯାଇଥିଲା ଯେ, “ବିଶ୍ୱ କଲ୍ୟାଣ ଭବନ” କେବଳ ଏକ ଭବନ ନୁହେଁ, ଏହା ସମଗ୍ର ବିଶ୍ୱର ଶାନ୍ତି ଓ ମାନବ କଲ୍ୟାଣ ପାଇଁ ଏକ ଆଧ୍ୟାତ୍ମିକ କେନ୍ଦ୍ର।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande