ତୁଳସୀ କ୍ଷେତ୍ରରେ ରାମ ନବମୀ ପାଳିତ
କେନ୍ଦ୍ରାପଡା, ୨୭ ମାର୍ଚ୍ଚ (ହି.ସ.)- ତୁଳସୀ କ୍ଷେତ୍ର ରେ ରାମ ନବମୀ ପାଳିତ ଆଜିଠୁ ନବଦିନ ବ୍ୟାପୀ ବିଜେ ପ୍ରତିମା ରାମ ଟୁଙ୍ଗି କୀ ଯାତ୍ରା କରିବେ ତୁଳସୀ କ୍ଷେତ୍ର ର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉ ଙ୍କ ମନ୍ଦିର ରେ ରାମ ନବମୀ ନୀତି ପାଳନ ହୋଇ ଯାଇଚି ସକାଳ ଧୂପ ସମ୍ପନ୍ନ ପରେ ଶ୍ରୀଜୀଉ ଙ୍କୁ
----------ତୁଳସୀ କ୍ଷେତ୍ରରେ ରାମ ନବମୀ ପାଳିତ


କେନ୍ଦ୍ରାପଡା, ୨୭ ମାର୍ଚ୍ଚ (ହି.ସ.)- ତୁଳସୀ କ୍ଷେତ୍ର ରେ ରାମ ନବମୀ ପାଳିତ ଆଜିଠୁ ନବଦିନ ବ୍ୟାପୀ ବିଜେ ପ୍ରତିମା ରାମ ଟୁଙ୍ଗି କୀ ଯାତ୍ରା କରିବେ ତୁଳସୀ କ୍ଷେତ୍ର ର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉ ଙ୍କ ମନ୍ଦିର ରେ ରାମ ନବମୀ ନୀତି ପାଳନ ହୋଇ ଯାଇଚି ସକାଳ ଧୂପ ସମ୍ପନ୍ନ ପରେ ଶ୍ରୀଜୀଉ ଙ୍କୁ ରୌପ୍ୟ ସଜ୍ଜିତ ବେଶରେ ସଜ୍ଜିତ କରା ଯାଇ ମଙ୍ଗଳା ଅର୍ପଣ ଆଳତି ସମେତ ଭୋଗ ଲାଗି କରାଯାଇଥିଲା ଭୋଗ ସମ୍ପନ୍ନ ପରେ ମନ୍ଦିର ବେଢ଼ାରେ ବିରାଜମାନ ଥିବା ରାମ ଜୀଉଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପୁଷ୍ପ ରେ ସଜ୍ଜିତ କରାଯାଇ ବିଭିନ୍ନ ପ୍ରକାର ଭୋଗ ଭକ୍ତ ମାନଙ୍କ ଦ୍ଵାରା ଅର୍ପଣ କରାଯାଇଥିଲା। ବେଢ଼ା ମଧ୍ୟରେ ଭକ୍ତ ଙ୍କ ଭିଡ଼ ହୋଇଥିଲା। ଆଜିଠୁ ନବଦିନ ବ୍ୟାପି ରାତ୍ର ଧୂପ ସମ୍ପନ୍ନ ପରେ ବିଜେ ପ୍ରତିମା ଗୋବିନ୍ଦ ଜୀଉ ମନ୍ଦିର ବାହାରେ ଥିବା ରାମ ଟୁଙ୍ଗି କୁ ଯାତ୍ରା କରିବେ।

ମନ୍ଦିର ପ୍ରଶାସନ ସହଯୋଗ ରେ ସମୂର୍ଣ୍ଣ ରାମାୟଣ ର ରାମଲୀଳା କାର୍ଯ୍ୟକ୍ରମ ରାତ୍ର ସମୟରେ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande