ପବିତ୍ର ରାମ ନବମୀ ଉପଲକ୍ଷେ ବାରୁଅ ଗ୍ରାମ ଉତ୍ସବ ମୁଖର
କେନ୍ଦ୍ରାପଡା, ୨୭ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଵାରୁଅ ଗ୍ରାମର ପ୍ରବେଶ ଦ୍ୱାରରେ ସଂସ୍ଥାପିତ ଶ୍ରୀ ହନୁମାନଜୀଉଙ୍କ ତ୍ରୟୋଦଶ ପ୍ରତିଷ୍ଠା ଦିବସ ଉପଲକ୍ଷେ ଶ୍ରୀହନୁମାନ ଚାଳିଶା ପାଠ, ଶ୍ରୀ ହନୁମାନ ପୂଜା ଏବଂ ବିଶ୍ୱ ଶାନ୍ତି ଶ୍ରୀ ହନୁମାନ ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇ
ପବିତ୍ର ରାମ ନବମୀ ଉପଲକ୍ଷେ ବାରୁଅ ଗ୍ରାମ ଉତ୍ସବ ମୁଖର


କେନ୍ଦ୍ରାପଡା, ୨୭ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଵାରୁଅ ଗ୍ରାମର ପ୍ରବେଶ ଦ୍ୱାରରେ ସଂସ୍ଥାପିତ ଶ୍ରୀ ହନୁମାନଜୀଉଙ୍କ ତ୍ରୟୋଦଶ ପ୍ରତିଷ୍ଠା ଦିବସ ଉପଲକ୍ଷେ ଶ୍ରୀହନୁମାନ ଚାଳିଶା ପାଠ, ଶ୍ରୀ ହନୁମାନ ପୂଜା ଏବଂ ବିଶ୍ୱ ଶାନ୍ତି ଶ୍ରୀ ହନୁମାନ ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଭାବରେ ସୈ।ରୀ ପ୍ରସାଦ ପଣ୍ଡା, ରବିନାରାୟଣ ମହାପାତ୍ର, ବିଭୂତି ଭୂଷଣ ଆଚାର୍ୟ୍ୟ, ଅବିନାଶ ମିଶ୍ର, ନିରାକାର ପଣ୍ଡା, ବିଶ୍ଵଜିତ ମହାପାତ୍ର, ନିତ୍ୟ ପୂଜକ ରବୀନ୍ଦ୍ର ନାଥ ତ୍ରିପାଠୀ ଅଂଶ ଗ୍ରହଣ କରି ବୈଦିକ ମନ୍ତ୍ର ଉଚ୍ଚାରଣରେ ପରିବେଶକୁ ଭକ୍ତି ଭାବରେ ଭାଵାପ୍ଳୁତ କରିଥିଲେ। ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡା କର୍ତ୍ତା ଓ ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା କର୍ତ୍ତ୍ରୀ ଭାବରେ ଅଂଶ ଗ୍ରହଣ କରିଥିଲେ। ମୁଖ୍ୟ ଆୟୋଜକ ହେମନ୍ତ କୁମାର ପରିଡ଼ା ଏବଂ ଦୀନବନ୍ଧୁ ଦାସ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସାଗର ପରିଡ଼ା, ଦାମୋଦର ସ୍ଵାଇଁ, ଅନିରୁଦ୍ଧ ବାରିକ, ଚୈତନ୍ୟ ସାହୁ, ଉଦୟ କର, ଗୀତାଞ୍ଜଳି ପରିଡା, ମଦନ ପଲାଇ, ଜୟ ପ୍ରକାଶ ସୂତାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଏହି ଅବସରରେ ଵାରୁଅ ବସଷ୍ଟାଣ୍ଡରେ ବିଗତ ବର୍ଷମାନଙ୍କ ପରି ଶ୍ରୀ ଲକ୍ଷ୍ମୀନାରାୟଣ ପୂଜୋତ୍ସଵ ଏବଂ ଵାରୁଅ ସ୍ଥିତ ପ୍ରସିଦ୍ଧ ଶ୍ରୀ ସିଦ୍ଧ ମହାପୁରୁଷଙ୍କ ମଠରେ ଭାଗବତ ପାରାୟଣ ସପ୍ତାହ ଏବଂ ବିଶ୍ୱ ଶାନ୍ତି ହୋମ ଯଜ୍ଞ ଯଥାବିଧି ଆରମ୍ଭ ହୋଇଯାଇଛି। ଲକ୍ଷ୍ମୀ ନାରାୟଣ ପୂଜା ଉପଲକ୍ଷେ ଯାତ୍ରା ଏବଂ ଭାଗବତ ପାରାୟଣ ସପ୍ତାହ ଉପଲକ୍ଷେ ଭାବଗ୍ରାହୀ କଳା ନିକେତନର ନୃତ୍ୟ କାର୍ଯ୍ୟକ୍ରମ ସମେତ ଭଜନ, ନାମ ସଙ୍କୀର୍ତ୍ତନ ଏବଂ ହରିହାଟ ଆୟୋଜନାର ସୁବ୍ୟବସ୍ଥା କରାଯାଇଅଛି। ଶ୍ରୀରାମ ନବମୀରେ ହନୁମାନଙ୍କ ପ୍ରତିଷ୍ଠା ଦିବସ ମହୋତ୍ସବ, ଶ୍ରୀ ଲକ୍ଷ୍ମୀନାରାୟଣ ପୂଜୋତ୍ସଵ ଏବଂ ସିଦ୍ଧ ମହାପୁରୁଷଙ୍କ ମଠରେ ଭାଗବତ ପାରାୟଣ ସପ୍ତାହ ଅୟମାରମ୍ଭ ଉପଲକ୍ଷେ ଵାରୁଅ ଗ୍ରାମ ଉତ୍ସବ ମୁଖରିତ ହେବା ସହିତ ପଡ଼ୋଶୀ ଗ୍ରାମରେ ଏହାର ଆଧ୍ୟାତ୍ମିକ ପ୍ରଭାବ ଅନୁଭୂତ ହେଉଅଛି। ଏହି ଭବ୍ୟ କାର୍ଯ୍ୟକ୍ରମରେ ଵାରୁଅ ଗ୍ରାମର ସମସ୍ତ ଅଧିବାସୀମାନେ ଉପସ୍ଥିତ ରହି ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande