
କେନ୍ଦ୍ରାପଡା, ୨୭ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତରେ ଥିବା ଜିଲ୍ଲାର ପ୍ରସିଦ୍ଧ ହନୁମାନ ମନ୍ଦିର ପରିସରରେ ଶ୍ରୀରାମନବମୀ ଉତ୍ସବ ମହାଆଡମ୍ବରରେ ପାଳନ ହୋଇଯାଇଛି । ହନୁମାନ ମନ୍ଦିରସ୍ଥିତ ବାବାବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମର ମୁଖ୍ୟ ଚେତନାନନ୍ଦ ଦାସମହାରାଜଙ୍କ ନେତୃତ୍ୱରେ ସକାଳ ୬ଟାରୁ ବାବାବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ବିଗ୍ରହ ଥିବା ଏକ ସୁସଜ୍ଜିତ ରଥ କେନ୍ଦ୍ରାପଡା ଆଶ୍ରମ ପରିସରରୁ ବାହାରି କେନ୍ଦ୍ରାପଡା ପୈାରାଂଚଳ, କପାଳେଶ୍ୱର ପଂଚାୟତ, କେନ୍ଦ୍ରାପଡାସହର ଓ ଗୁଲନଗର ପଂଚାୟତ ଆଦି ପରିକ୍ରମା କରି ଆଶ୍ରମରେ ପହଁଚିଥିଲା । ଏହି କାର୍ଯ୍ୟକ୍ରମଟି ବିଗତ ୯ ଦିନ ହେଲା ରାମଚରିତ ମାନସ ଓ ସନ୍ଧ୍ୟାରେ ପ୍ରବଚନମାନ ଆୟୋଜିତ କରାଯାଇଥିଲା । ସ୍ଥାନୀୟ ଅଂଚଳର ତିନୋଟି ପଂଚାୟତ ସହିତ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ବହୁଶ୍ରଦ୍ଧାଳୁ ଏଥିରେ ଯୋଗ ଦେଇଥିଲେ ।
ବାବା ସତ୍ୟାନନ୍ଦ ଦାସ, ଅଭେଦାନନ୍ଦ ଦାସ, ନିର୍ଭୟାନନ୍ଦ ଦାସ, କୁନି ପ୍ରବଚକ କେଶବ ଦୂତି କୃଷ୍ଣଙ୍କ ସମେତ ସ୍ଥାନୀୟ ଅଂଚଳର ସମାଜସେବୀ ତଥା ପୂର୍ବତନ ସରପଂଚ ଅଭିମନ୍ୟୁ ଗୋଚ୍ଛାୟତ, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ରାଜକିଶୋର ବିଶ୍ୱାଳ, ରବି ନାରାୟଣ ସାହୁ, ଅକ୍ଷୟ ଦାସ, ସରୋଜକାନ୍ତ ସାହୁ, ସରପଂଚଙ୍କ ପ୍ରତିନିଧି ଲୋହିତ ମହାନ୍ତି, ଗୋପିନାଥ ସାହୁ, ରମେଶ ସାହୁ, ପ୍ରମୋଦ ପ୍ରଧାନ, ସୈାମ୍ୟରଞ୍ଜନ ଦାସ, ହିମାଂଶୁ ବେହେରା, ସନ୍ତୋଷ ବେହେରା ପ୍ରମୁଖଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି