ସୁଭଦ୍ରା ଶକ୍ତି ମେଳା-ତୃତୀୟ ସଂନ୍ଧ୍ୟା
କେନ୍ଦ୍ରାପଡା, ୨୭ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡ଼ାରେ ଚାଲିଥିବା ସୁଭଦ୍ରା ଶକ୍ତି ମେଳାର ଆଜି ତୃତୀୟ ସନ୍ଧ୍ୟା ବିଭିନ୍ନ କାର୍ଯ୍ୟକ୍ରମ ସାଂସ୍କୃତିକ ଉତ୍ସବମୂଖର ପରିବେଶରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଡେରାବିଶ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ
ସୁଭଦ୍ରା ଶକ୍ତି ମେଳା-ତୃତୀୟ ସଂନ୍ଧ୍ୟା


କେନ୍ଦ୍ରାପଡା, ୨୭ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡ଼ାରେ ଚାଲିଥିବା ସୁଭଦ୍ରା ଶକ୍ତି ମେଳାର ଆଜି ତୃତୀୟ ସନ୍ଧ୍ୟା ବିଭିନ୍ନ କାର୍ଯ୍ୟକ୍ରମ ସାଂସ୍କୃତିକ ଉତ୍ସବମୂଖର ପରିବେଶରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଡେରାବିଶ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କୁମାର ବେଉରା ପ୍ରମୁଖ ଉପସ୍ଥିତ ଥିଲେ।ମେଳାରେ ନିଜ ସଫଳତା କାହାଣୀ ଉପସ୍ଥାପନ କରିଥିଲେ ଶିବ ପାର୍ବତୀ ଉତ୍ପାଦକ ଗୋଷ୍ଠୀର ସନ୍ଧ୍ୟାରାଣୀ ନାୟକ (କାଇଁଚ ତିଆରି ପଦାର୍ଥ) ଓ ଡେରାବିଶ ବ୍ଲକର ଦଧି ବାବନଜୀଉ ଉତ୍ପାଦକ ଗୋଷ୍ଠୀର ଶୁଭାଶିନୀ ଭଦ୍ର, ଯେଉଁମାନେ ମାଣ୍ଡିଆ ବିସ୍କୁଟ ଓ ଅନ୍ୟାନ୍ୟ ମାଣ୍ଡିଆ ଆଧାରିତ ଖାଦ୍ୟ ପ୍ରସ୍ତୁତ କରି ଆତ୍ମନିର୍ଭରତାର ଉଦାହରଣ ସୃଷ୍ଟି କରିଛନ୍ତି।ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଖ୍ୟାତନାମା ଗାୟିକା ପ୍ରଜ୍ଞା ହୋତା ତାଙ୍କର ସୁମଧୁର ସଙ୍ଗୀତରେ ଦର୍ଶକମାନଙ୍କୁ ମନୋରଞ୍ଜନ କରିଥିଲେ। ଏହା ସହିତ ଓଡିଶାର ପ୍ରସିଦ୍ଧ କମେଡିୟାନ ପପୁ ପମ ତାଙ୍କର ହାସ୍ୟରସରେ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲେ।ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର ଆୟର ପ୍ରଜ୍ଞା ହୋତା ଓ ପପୁ ପମଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ସହିତ ଅନ୍ୟାନ୍ୟ ଅଧିକାରୀ ଓ ବିପୁଳ ସଂଖ୍ୟକ ଦର୍ଶକମାନେ ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମ ଉତ୍ସାହ, ଆନନ୍ଦ ଓ ମହିଳା ସଶକ୍ତିକରଣର ସନ୍ଦେଶରେ ପୂର୍ଣ୍ଣ ଥିଲା।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande