
କେନ୍ଦୁଝର, ୨୭ ମାର୍ଚ୍ଚ (ହି.ସ.) - କେନ୍ଦୁଝର ଜିଲ୍ଲା ଶୀଳ୍ପ କେନ୍ଦ୍ର ତରଫରୁ ଘଟଗାଁ ବ୍ଲକ ଅନ୍ତର୍ଗତ ପୁରୁମୁଣ୍ଡା ଠାରେ ଦିନିକିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ପୁରୁମୁଣ୍ଡା, ପଟାବାରୀ ଓ ଅଶନବାହାଳି ଗ୍ରାମରୁ ୬୦ ରୁ ଉର୍ଦ୍ଧ ମହିଳା, ଯୁବକ ଓ ଯୁବତୀ ଅଂଶଗ୍ରହଣ କରି ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଘଟଗାଁ ଓ ହରିଚନ୍ଦନପୁର ବ୍ଲକ ର ଆଇ.ପି. ଓ, ସରୋଜ ସନ୍ଧିବିଗ୍ରହ ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶୀଳ୍ପ ସମ୍ବଦ୍ଧରେ ବିଷଦ ଭାବେ ଆଲୋଚନା କରିଥିଲେ ଏବଂ ସଦର ବ୍ଲକ ଏଚ. ପି. ଓ. ପ୍ରଦୀପ କୁମାର ପଣ୍ଡା ହସ୍ତଶିଳ୍ପ ଓ କୁଟୀର ଶୀଳ୍ପ ପାଇଁ ସରକାରୀ ସହାୟତା ଓ ଉତ୍ପାଦିତ ଦ୍ରବ୍ୟ ଗୁଡିକର ବିପଣନ ବ୍ୟବସ୍ଥା ସମ୍ପର୍କ ରେ ବିକ୍ଷିପ୍ତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଏମ. ସି. ପି, ଗୋରେଖ ଚନ୍ଦ୍ର ନାୟକ ପରିଚାଳନା କରିଥିଲେ ଓ ପୁରୁମୁଣ୍ଡା ପଞ୍ଚାୟତ ଜି. ଏସ. ଏମ ଗୀତାଞ୍ଜଳି ମହାନ୍ତି ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA