




ସମ୍ବଲପୁର,୨୭, ମାର୍ଚ୍ଚ (ହି.ସ.)
ଦିନବେଳା ପ୍ରବଳ ଟାଣ ଖରା ସହ ଅସହ୍ୟ ଗରମ । ହେଲେ ପବିତ୍ର ଶ୍ରୀରାମ ନବମୀ ଶୋଭାଯାତ୍ରା ବେଳେ ଇନ୍ଦ୍ରଦେବଙ୍କ ଲଗାଣ ବର୍ଷା କିଛି ସମୟ ପାଇଁ ଆଜିର କାର୍ଯ୍ୟକ୍ରମରେ ପ୍ରତିବନ୍ଧକ ସାଜିଥିଲା । ତେବେ ବହୁ ପ୍ରତୀକ୍ଷିତ ଶ୍ରୀରାମ ନବମୀ ଉତ୍ସବରେ ସହରବାସୀ ବେଶ୍ ଆନନ୍ଦ ଉଲ୍ଲାସର ସହ ସାମିଲ ହୋଇଥିଲେ । ଶୋଭାଯାତ୍ରା ବେଳେ ହଠାତ୍ ବର୍ଷା ଯୋଗୁଁ ସୁରକ୍ଷା ଦାୟିତ୍ୱରେ ଥିବା ଜବାନ ମାନଙ୍କ ସହ ଉପସ୍ଥିତ ଶ୍ରଦ୍ଧାଳୁ ମାନେ ଭିଜି ଯାଇଥିଲେ । ତେବେ ଚଳିତ ବର୍ଷ ଅତ୍ଯନ୍ତ ଶାନ୍ତି ଶୃଙ୍ଖଳାର ସହ ଶୋଭାଯାତ୍ରା ସହର ପରିକ୍ରମା କରି ଶ୍ରୀରାମ ମନ୍ଦିରରେ ପହଞ୍ଚିଥିଲା ବେଳେ ବ୍ରହ୍ମପୁରର ଯୋଡ଼ି ଶଙ୍ଖନାଦ ବେଶ୍ ଆକର୍ଷଣୀୟ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ