
ଭୁବନ, ୨୭ ମାର୍ଚ୍ଚ (ହି.ସ.) - ଢ଼େଙ୍କାନାଳ ଜିଲ୍ଲା ଭୁବନରେ ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମଙ୍କ ଜୟନ୍ତୀ (ରାମ ନବମୀ) ମହାସମାରୋହରେ ପାଳିତ ହୋଇଯାଇଛି। ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡରେ ଥିବା ଶ୍ରୀରାମ ମନ୍ଦିର ରେ ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମ ଙ୍କ ନବମୀ ପୂଜା ( ଜନ୍ମୋତ୍ସବ) ଶ୍ରଦ୍ଧା ଭକ୍ତି ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ପ୍ରାତଃ ସମୟରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମାନସିକ ବ୍ରତ ଧାରି ମାନେ ଶୃଙ୍ଖଳିତ ଭାବେ ଧାଡ଼ିରେ ଠିଆ ହୋଇ ପୂଜାର୍ଚ୍ଚନା କରିଥିଲେ । ସନ୍ଧ୍ୟାରେ ଶ୍ରୀରାମ ନବମୀ ସମିତି ଆନୁକୂଲ୍ୟରେ ଆୟୋଜିତ ଶୋଭାଯାତ୍ରାରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା,ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କ ସମେତ ବଜରଙ୍ଗ ଦଳ,ଆର ଏସ ଏସ, ବିଶ୍ୱହିନ୍ଦୁ ପରିଷଦ କାର୍ଯ୍ୟକର୍ତା ରାମ ମନ୍ଦିର ପରିସରରୁ ବାହାରି ସହର ପରିକ୍ରମା କରିଥିଲେ । ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ବେଶ ଧାରୀ ଶିଶୁ ମାନେ ମୁଖ୍ୟ ଆକର୍ଷଣ ସାଜିଥିଲେ । ବାଜା, ବାଣ, ମହିଳା ସଂକୀର୍ତନ ଓ ଡିଜେ ମ୍ୟୁଜିକ ସାଙ୍ଗକୁ ଜୟ ଶ୍ରୀରାମ ନାରାବାଜିରେ ସହର କମ୍ପିଥିଲା।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ