
ଭୁବନ, ୨୭ ମାର୍ଚ୍ଚ (ହି.ସ.) - ଭୁବନ ବ୍ଲକ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଗତ ମଙ୍ଗଳବାର ମାନସିକ ବ୍ରତ ଧାରୀ ଶ୍ରଦ୍ଧାଳୁ ଭକ୍ତ ମାନେ କଳସ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ପୂଜା ସ୍ଥଳରେ ପହଂଚିବା ପରେ ଘଟ ସ୍ଥାପନ କରାଯାଇଥିଲା । ବୁଧବାର ଓ ଗୁରୁବାର ସୂର୍ଯ୍ୟପୂଜା,ଗୋ ପୂଜା, ମଣ୍ଡଳଦି ପୂଜା, ଶାଲା ପ୍ରବେଶ, ଶାଲା ଶୋଧନ, ଆହୁତି ପ୍ରଦାନ, ସ୍ନାନ ଓ ଶୟନ ଏବଂ ପାଲା ପରିବେଷଣ ହୋଇଥିଲା। ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ ତିଥିରେ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଓ ସିଂହାସନେ ସ୍ଥାପନ ପରେ ପୂର୍ଣ୍ଣାହୂତି ଏବଂ ସାମୂହିକ ପ୍ରସାଦସେବନ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟହ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଶ୍ରୀରାମ ମନ୍ଦିର କମିଟି ସମ୍ପାଦକ ମିଲନ ମହାନ୍ତି ଙ୍କ ପ୍ରଚେଷ୍ଟାରେ ଗତ ୨୦୨୧ ରେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟରେ ଗ୍ରାମବାସୀ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ