ଶ୍ରୀରାମ ନବମୀ ଉତ୍ସବ ସହ ଶୋଭାଯାତ୍ରା, ଉତ୍ସବ ମୁଖର ଜୟପୁର
ଜୟପୁର, ୨୭ ମାର୍ଚ୍ଚ (ହି.ସ.)- ଜୟପୁର ଠାରେ ଆନନ୍ଦ ଉଲ୍ଲାସର ସହ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି । ପାଠ ଶହ ଶ୍ରୀରାମ ଉତ୍ସବରେ ଶୋଭାଯାତ୍ରାରେ ଉତ୍ସବ ମୁଖର ହୋଇପଡିଛି । ସହର ସାରା ରାମ ନବମି ପତକା ଲାଗିଥିବା ବେଳେ ଶ୍ରୀ ରାମ ଶ୍ରୀ ରାମରେ ଉତ୍ସବ ମୁଖର ହୋଇ ପଡିଛି ସହର । ରଜାନହର ସ୍ଥ
ଶ୍ରୀରାମ ନବମୀ  ଉତ୍ସବ ସହ ଶୋଭାଯାତ୍ରା ଉତ୍ସବ ମୁଖର ଜୟପୁର


ଶ୍ରୀରାମ ନବମୀ  ଉତ୍ସବ ସହ ଶୋଭାଯାତ୍ରା ଉତ୍ସବ ମୁଖର ଜୟପୁର


ଶ୍ରୀରାମ ନବମୀ  ଉତ୍ସବ ସହ ଶୋଭାଯାତ୍ରା ଉତ୍ସବ ମୁଖର ଜୟପୁର


ଜୟପୁର,

୨୭ ମାର୍ଚ୍ଚ (ହି.ସ.)-

ଜୟପୁର ଠାରେ ଆନନ୍ଦ ଉଲ୍ଲାସର ସହ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି । ପାଠ ଶହ ଶ୍ରୀରାମ ଉତ୍ସବରେ ଶୋଭାଯାତ୍ରାରେ ଉତ୍ସବ ମୁଖର ହୋଇପଡିଛି । ସହର ସାରା ରାମ ନବମି ପତକା ଲାଗିଥିବା ବେଳେ ଶ୍ରୀ ରାମ ଶ୍ରୀ ରାମରେ ଉତ୍ସବ ମୁଖର ହୋଇ ପଡିଛି ସହର । ରଜାନହର ସ୍ଥିତ ରଘୁନାଥ ମନ୍ଦିରରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ଓ ପୂଜା ପାଇଁ ଭକ୍ତମାନେ ହାତରେ ନଡ଼ିଆ କଦଳି ଭୋଗ ସାମଗ୍ରୀ ନେଇ ମନ୍ଦିର ଆସିଥିଲେ । ଲମ୍ବା ଲାଇନରେ ଠିଆ ହୋଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ରଘୁନାଥ ମନ୍ଦିରରେ ୯ ଦିନ ଧରି ପୁଜା ପାଠ ହୋମଯଜ୍ଞ କରାଯିବା ସହ ଖୋଚୁଡି, କାକରା ଭୋଗ ଲାଗି କରାଯିବ ବୋଲି ମନ୍ଦିରର ପୁରୋହିତ ବଇଶି ଧର ପଣ୍ଡା ତରଫରୁ ସୁଚନା ଦିଆଯାଇଛି । ପ୍ରଭୁ ଶ୍ରୀରାମଙ୍କର ଆଜି ବିଶେଷ ପୂଜା ଓ ହୋମ ସହ ଜନ୍ମବିଧି ଅନୁଷ୍ଠିତ ହୋଇଥିବା ବିଷୟ ଦେବୋତ୍ତର ବିଭାଗ ତରଫରୁ ସୁଚନା ଦିଆଯାଇଛି । ମନ୍ଦିରରେ ଶ୍ରୀରାମ ନବମୀ ପାବଣ ଉପଲକ୍ଷେ ଜୟପୁର ଜଗନ୍ନାଥ ମନ୍ଦିରରେ ଶ୍ରୀ ହରି ସଂଘ ସେବା ସମିତି ଦ୍ୱାରା ଅଷ୍ଟପ୍ରହରି ନାମଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା । ଜଗନ୍ନାଥଙ୍କ ରାମ ଅବତାରରେ ସଜ୍ଜିତ କରାଯାଇଥିଲା । ଏନେଇ ଭକ୍ତ ମାନେ ମନ୍ଦିରକୁ ଯାଇ ପ୍ରଭୁଙ୍କୁ ଦର୍ଶନ କରି ଫେରୁଥିବା ଲକ୍ଷ୍ୟ କରାଯାଇଛି । ରଜାନହର ସ୍ଥିତ ଗୀତା ଭବନରେ କୃଷ୍ଣଙ୍କୁ ରାମ ଅବତାରରେ ସତ୍ତିତ କରାଯାଇଛି । ଜୟପୁର କଣ୍ଡରାସାହି ସ୍ଥିତ ଲକ୍ଷ୍ମୀନୃସିଂହ ମନ୍ଦିରରେ ରାମ ନବମୀ ଅବସରରେ ପ୍ରଭୁ ଲକ୍ଷ୍ମୀନୃସିଂହଙ୍କୁ ରାମ ଅବତାରରେ ସଜ୍ଜିତ କରାଯାଇଛି । ମନ୍ଦିରରେ ସ୍ୱତନ୍ତ୍ର ଅଳତି, ଭୋଗ ଲାଗି କରାଯାଇଥିବା ବିଷୟ ମନ୍ଦିରର ପୁରୋହିତ ସୁନିଲ ଆଚାଯ୍ୟ ସୁଚନା ଦେଇଛନ୍ତି । ଶ୍ରୀରାମ ନବମୀ ଅବସରରେ ଶ୍ରୀରାମ ପ୍ରତିମୁତ୍ତି ଓ କଠଉ ସହ ଶୋଭାଯାତ୍ରା ବାହାରିଥିଲା । ଜୟପୁର ପାଓାର ହାଉସ ଛକ ଠାରୁ ବିଶାଳା ଶୋଭାଯାତ୍ରା ବାହାରି ମୁଖ୍ୟ ରାସ୍ତା ଦେଇ ଦଶହରା ପଡିଆ ଠାରେ ପହଞ୍ଚିଥିଲା । ଶୋଭାଯାତ୍ରାରେ କଳା, ସଂସ୍କୃୁତି ପ୍ରଦର୍ଶନ ସହ ପାରମ୍ପରିକ ବାଦ୍ୟରେ ପରିବେଶ ଦୁଲୁକିଥିଲା । ଛକ ଛକ ରେ ମହିଳା ମାନେ ହୁଳ ହୁଳି ଦେଇ ଫୁଲ ପକାଇ ସ୍ୱାଗତ କରିଥିଲେ । ଶ୍ରୀରାମ ନବମି ପାଳନ ସମିତି ତରଫରୁ ଏହି ଶୋଭାଯାତ୍ରା ବାହାରିଥିଲା । ଚଳିତ ବର୍ଷ ମହାରାଷ୍ଟ୍ରା ଢୋଲ, ଆଧାତ୍ମିକ ପ୍ରଜ୍ଞାପନ ମେଢ ମୁଖ୍ୟ ଆକର୍ଷଣ ଥିଲା । ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ୧୩ ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲେ । ଏହି ଶୋଭାଯାତ୍ରାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଜୟପୁର ଏସଡିପିଓ ଅଚ୍ଚିତା ମିତଲ, ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ. ସଦର ଥାନା ଅଧିକାର ରାମ ସାଦ କେବି, ବିଡିଓ ଶକ୍ତି ମହାପାତ୍ର, ତହସିଲଦାର ସବ୍ୟସାଚି ଜେନା, ଅତିରିକ୍ତ ତହସିଲଦାର ଚିତ୍ତ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande