ଷ୍ଟ୍ରବେରୀ ଏବଂ ଗେଣ୍ଡୁଫୁଲ ଦେଲା ନୂଆ ଆଶା
ନୂଆପଡ଼ା, ୨୭ ମାର୍ଚ୍ଚ (ହି.ସ.)- ଟାଙ୍ଗରା ଭୂଇଁ ବୋଲି ଦିନେ ଜମି ପଡୁଥିଲା ପଡ଼ିଆ l ହେଲେ ଏବେ ସେଇ ଜମି ଚାଷୀ କୁ ଦେଇଛି ପରିଚୟ ଏବଂ କରିଛି ଲାଭବାନ ସଂଚାର ହୋଇଛି ନୂଆ ଆଶା । ଉଦ୍ୟାନ ବିଭାଗର ସହାୟତାରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ରୋହେନପଦର ଗାଁରେ ହୋଇଛି ଷ୍ଟ୍ରବେରୀ ଏବଂ ଗେଣ୍ଡୁ ଫୁଲ ଚାଷ ।
Straberry gendufula


Straberry gendufula 1


ନୂଆପଡ଼ା, ୨୭ ମାର୍ଚ୍ଚ (ହି.ସ.)- ଟାଙ୍ଗରା ଭୂଇଁ ବୋଲି ଦିନେ ଜମି ପଡୁଥିଲା ପଡ଼ିଆ l ହେଲେ ଏବେ ସେଇ ଜମି ଚାଷୀ କୁ ଦେଇଛି ପରିଚୟ ଏବଂ କରିଛି ଲାଭବାନ ସଂଚାର ହୋଇଛି ନୂଆ ଆଶା । ଉଦ୍ୟାନ ବିଭାଗର ସହାୟତାରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ରୋହେନପଦର ଗାଁରେ ହୋଇଛି ଷ୍ଟ୍ରବେରୀ ଏବଂ ଗେଣ୍ଡୁ ଫୁଲ ଚାଷ ।ଅଞ୍ଚଳରେ ପ୍ରଥମ କରି ପରୀକ୍ଷା ମୂଳକ ଭାବରେ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ବିକ୍ରି କରି ବେଶ ଲାଭବାନ ହୋଇଛନ୍ତି ଚାଷୀ । ଗେଣ୍ଡୁ ଫୁଲର ଚାହିଦା ଅଧିକ ଥିବାରୁ ଜମିରୁ ବିକ୍ରି ହେଉଛି ଫୁଲ । ଅପରପକ୍ଷେ ଗାଁର ଦାଦନ ଯାଉଥିବା ଶ୍ରମିକଙ୍କୁ ମଧ୍ୟ କାମ ଯୋଗାଇବାରେ ସହାୟତା ହୋଇଛି ଏହି ଚାଷ । ଗାଁର ଉଚ୍ଚ ଶିକ୍ଷିତ ଯୁବକ ଉପେନ୍ଦ୍ର ମାଝୀ ପ୍ରଥମ କରି ଖଡ଼ିଆଳ ଅଞ୍ଚଳରେ ଷ୍ଟ୍ରବେରୀ ଚାଷ ପାଇଁ ମନ ବଳାଇଥିଲେ । ଆଉ ଖଡ଼ିଆଳ ଉଦ୍ୟାନ ବିଭାଗର ସହାୟତା ଏବଂ ପରାମର୍ଶରେ ନିଜର ପଡ଼ିଆ ଯାଉଥିବା ଟାଙ୍ଗରା ଭୂଇଁରେ ୨୦୨୫ ନଭେମ୍ବରରେ ଷ୍ଟ୍ରବେରୀ ଚାଷ ଆରମ୍ଭ କରି ଏବେ ଜମିରେ ପେନ୍ଥା ପେନ୍ଥା ଷ୍ଟ୍ରବେରୀ ଫଳାଇଛନ୍ତି l ପାଖ ପାଖି ଲକ୍ଷେ ଟଙ୍କା ଆୟ କରିଥିବା ବେଳେ ଗାଁର ଦାଦନ ଯାଉଥିବା ଲୋକଙ୍କୁ ନିଜ ଜମିରେ କାମ ଯୋଗାଇ ପାରିଥିବା ଚାଷୀ କହିଛନ୍ତି । ସେହିପରି ଗାଁର କାନ୍ତି ମାଝୀଙ୍କ ଗେଣ୍ଡୁ ଫୁଲ ଚାଷ ମଧ୍ୟ ଲାଭବାନ କରିଛି। ଏକ ହେକ୍ଟର ଜମିରେ ଗେଣ୍ଡୁ ଫୁଲ ଚାଷ ହୋଇଛି l ପ୍ରଥମ କରି ହୋଇଥିବା ଚାଷ ଭଲ ଫୁଲ ଧରିଛି । ଲୋକେ ସିଧା ସଳଖ ଜମିକୁ ଆସି ଗେଣ୍ଡୁ ଫୁଲ କିଣି ନେଉଛନ୍ତି । ଆଉ ଚାଷୀ ବେଶ ଲାଭବାନ ହେଉଥିବା କହିଛନ୍ତି ଖଡ଼ିଆଳ ଉଦ୍ୟାନ ବିଭାଗ ଦ୍ୱାରା ଏକ ଏକର ପାଇଁ ଜଳସେଚନ ସହାୟତା ସହ ୫୫୦୦ ଷ୍ଟ୍ରବେରୀ ଚାରା ଏବଂ ଦଶ ହଜାର ଗେଣ୍ଡୁ ଚାରା ଯୋଗାଇ ଦିଆଯାଇଥିଲା । ଚଳିତ ବର୍ଷ ପ୍ରଥମ କରି ଖଡ଼ିଆଳ ଅଞ୍ଚଳରେ ଷ୍ଟ୍ରବେରୀ ହୋଇଥିବା ସହ ଚାଷୀଙ୍କୁ ବିଭିନ୍ନ ସହାୟତା ଦିଆଯାଇଛି ବୋଲି ଖଡ଼ିଆଳ ସହକାରୀ ଉଦ୍ୟାନ ଅଧିକାରୀ ମୋହିତ କୁମାର ନାଏକ କହିଛନ୍ତି । ରୋହେନପଦର ଗାଁର ଯୁବ ଶିକ୍ଷିତ ଯୁବକ ଷ୍ଟବେରୀ ଚାଷକୁ ପରୀକ୍ଷା ମୂଳକ ଭାବରେ ଆପଣେଇ ସଫଳ ହୋଇଥିବାରୁ ଆଗାମୀ ଦିନରେ ଏହି ଚାଷ ହିଁ ସ୍ବାବଲମ୍ବୀ କରିବ ଓ ନିଶ୍ଚିତ ମୁଁ ବଞ୍ଚିବା ସହ ଅଞ୍ଚଳର ଅନେକ ଶ୍ରମିକ ଲାଭବାନ ହୋଇପାରିବେ ବୋଲି ମତବ୍ୟକ୍ତ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande