ଶ୍ରୀ ବଳଦେବଜୀଉ ମନ୍ଦିର ସିଂହଦ୍ୱାର କୁ ଅବରୋଧ ମୁକ୍ତ କରାଯାଉ
Kendrapara, 27 ମାର୍ଚ୍ଚ (ହି.ସ.) କେନ୍ଦ୍ରାପଡା-୨୭/୦୩: କେନ୍ଦ୍ରାପଡା ର ଆରାଧ୍ୟ ଦେବ ଶ୍ରୀ ସିଦ୍ଧ ବଳଦେବଜୀଉ ଙ୍କ ମନ୍ଦିର ପ୍ରବେଶ ପଥ ଅରୁଣ ସ୍ତମ୍ଭ ନିକଟ ଚକଡା ଉପରେ ଦିନକୁ ଦିନ ବିଭିନ୍ନ ପସରା ଖୋଲା ଯାଉଥିବାରୁ ଅବରୋଧ ହୋଇ ଚାଲିଛି । ବିଭିନ୍ନ ପୂଜା ପାର୍ବଣ ଓ ବିଶେଷ ଦିନ ମାନଙ୍କରେ ଶ୍ରୀ ଜ
---------------ଶ୍ରୀ ବଳଦେବଜୀଉ ମନ୍ଦିର ସିଂହଦ୍ୱାର କୁ ଅବରୋଧ ମୁକ୍ତ କରାଯାଉ


Kendrapara, 27 ମାର୍ଚ୍ଚ (ହି.ସ.)

କେନ୍ଦ୍ରାପଡା-୨୭/୦୩: କେନ୍ଦ୍ରାପଡା ର ଆରାଧ୍ୟ ଦେବ ଶ୍ରୀ ସିଦ୍ଧ ବଳଦେବଜୀଉ ଙ୍କ ମନ୍ଦିର ପ୍ରବେଶ ପଥ ଅରୁଣ ସ୍ତମ୍ଭ ନିକଟ ଚକଡା ଉପରେ ଦିନକୁ ଦିନ ବିଭିନ୍ନ ପସରା ଖୋଲା ଯାଉଥିବାରୁ ଅବରୋଧ ହୋଇ ଚାଲିଛି । ବିଭିନ୍ନ ପୂଜା ପାର୍ବଣ ଓ ବିଶେଷ ଦିନ ମାନଙ୍କରେ ଶ୍ରୀ ଜୀଉ ମାନଙ୍କୁ ଦର୍ଶନ କରିବା ପାଇଁ କେନ୍ଦ୍ରାପଡା ସହର ସମେତ ଦୂର ଦୂରାନ୍ତରୁ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ମନ୍ଦିରକୁ ଆସିଥାନ୍ତି । ଏପରିକି ମକର ସଂକ୍ରାନ୍ତି, ଶ୍ରୀରାମ ନବମୀ, ଗହ୍ମା ପୂର୍ଣ୍ଣିମା ପ୍ରଭୃତି ଦିନ ମାନଙ୍କରେ ହଜାର ହଜାର ସଂଖ୍ୟକ ଭକ୍ତ ମନ୍ଦିରରେ ସମବେତ ହୋଇଥାନ୍ତି । ଏବେ ଅରୁଣ ସ୍ତମ୍ଭ ନିକଟରେ ଥିବା ଚକଡା ଉପରେ ଏହି ଦିନ ମାନଙ୍କରେ ବିଭିନ୍ନ ବ୍ୟବସାୟ ସଂସ୍ଥା ପକ୍ଷରୁ କେତେବେଳେ ଭୋଗ ଦୋକାନ, ଟଙ୍କ ତୋରାଣୀ ଦୋକାନ ପ୍ରଭୃତି ଖୋଲା ଯାଉଥିବାରୁ ମନଦିର ପ୍ରବେଶ ପଥ ସଂଙ୍କୁଚିତ ହୋଇ ଅଯଥା ଭିଡ ଓ ଗହଳି ସୃଷ୍ଟି ହେଉଥିବାରୁ ଭକ୍ତ ମାନଙ୍କ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି । ଏହା ସହ ପ୍ରବେଶ ପଥରେ ଅଯଥା ଗହଳି ଓ ପଥ ଅବରୋଧ ଯୋଗୁଁ ଛିନତାଇ, ପକେଟ ମାର ପ୍ରଭୃତି କାଣ୍ଡ ଘଟାଇବା ପାଇଁ ଅସାମାଜିକ ବ୍ୟକ୍ତିମାନେ ଏହାର ସୁଯୋଗ ନିଅଣ୍ତି । ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତ ଶ୍ରଦ୍ଧାଳୂଙ୍କ ଯୀବା ପଉରେ ଦୃଷ୍ଟି ଦେଇ ୍ରବେଶ ପଥକୁ ସପୂର୍ଣ୍ଣ ମୁକ୍ତ କରିବା ଓ ଚକଡା ଉପରେ କୈାଣସି ପସର ନ ଖେଲାବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହ କରିବା ପାଇଁ ସାଧାରଣରେ ଦାବି ହେଉଛି । ମନ୍ଦିର ଭିତରେ ପ୍ରଶସ୍ତ ଯାଗା ଥିବାବେଳେ ମନ୍ଦିର ପ୍ରବେଶ ପଥକୁ ଅବରୋଧ ମୁକ୍ତ କରିବା ମନ୍ଦିର ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜିବୀ ମାନେ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande