
ଭୁବନେଶ୍ୱର, 27 ମାର୍ଚ୍ଚ (ହି.ସ.)- ଆଜି ହେଉଛି ପବିତ୍ର ରାମନବମୀ । ତ୍ରେତୟା ଯୁଗରେ ଚୈତ୍ର
ମାସର ଶୁକ୍ଲପକ୍ଷ ନବମ ଦିନରେ ପ୍ରଭୁ ଶ୍ରୀରାମ ଜନ୍ମଗ୍ରହଣ କରିଥିଲେ। ଭଗବାନ ବିଷ୍ଣୁଙ୍କ ସପ୍ତମ
ଅବତାର ଭାବରେ ଶ୍ରୀରାମ ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିଲେ। ଏହି ଅବତାରରେ ସତ୍ୟ ଏବଂ ଧର୍ମ
ପ୍ରତିଷ୍ଠା ପାଇଁ ଶ୍ରୀ ରାମ ଜନ୍ମଗ୍ରହଣ କରିଥିଲେ।
ଶ୍ରୀ ରାମଙ୍କ ଜନ୍ମ ପାଇଁ ଚାରିଆଡ ଉତ୍ସବ ମୁଖର । ସମସ୍ତ ସହରଠୁ
ଆରମ୍ଭ କରି ଗାଁର ବିଭିନ୍ନ ମନ୍ଦିରରେ କରାଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି । ମନ୍ଦିରକୁ ସୁନ୍ଦର
ଭାବେ ସଜାଯିବା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ସକାଳୁ ଲମ୍ବା ଲାଇନ
କରି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା