
ଭୁବନେଶ୍ୱର, 27 ମାର୍ଚ୍ଚ (ହି.ସ.)- ବିଜେଡି ଦଳ ସହ
ଯିଏ ବେଇମାନି କରିଛନ୍ତି ଦଳ ସେହି ନେତାଙ୍କ ନିର୍ବାଚନ ମଣ୍ଡଳୀରେ ନୂତନ ନେତୃତ୍ୱ ପାଇଁ ଆଲୋଚନା
ଚାଲିଛି । ଦଳର ସଭାପତି ଏହାର ନିଷ୍ପତି ନେବେ । ଆମ ସଂଗଠନ ୱାର୍ଡ ଏବଂ ବୁଥ ସ୍ତରରେ ମଜବୁତ ଅଛି
। କର୍ମୀମାନେ ସକ୍ରିୟ ଅଛନ୍ତି ବୋଲି ବିଜେଡି
ବିଧାୟକ ଧ୍ରୁବ ସାହୁ କହିଛନ୍ତି । ସଂଗଠନ ପାଇଁ କର୍ମୀ ଏବଂ ସଂଗଠନ ଦରକାର ଯାହା କି ବଢ଼ି ବଢ଼ି
ଚାଲିଛି । ଟଙ୍କା ପାଇଁ ମୁଣ୍ଡ ବିକୁଥିବା ନେତାଙ୍କ ସଂଖ୍ୟା ବିଜେଡିରେ କମିଥାଉ ପରେ କିନ୍ତୁ ଦଳକୁ
ଭଲ ପାଉଥିବା କର୍ମୀଙ୍କ ସଂଖ୍ୟା ବଢୁଛି । ବିଜେଡି ଦଳରେ ବିକ୍ରି ହୋଇଥିବା ନେତା ଏବେ ବି ତାଙ୍କ
ନିର୍ବାଚନ ମଣ୍ଡଳୀ ଯାଇପାରୁନାହାନ୍ତି । ପଂଚାୟତ ନିର୍ବାଚନରେ ତାଙ୍କର ସ୍ଥିତି ଖରାପ ହେବାକୁ
ଯାଉଛି । ଅତୀତରେ ଯେଉଁମାନେ ବିଜେଡି ଦଳକୁ ଧୋକା ଦେଇଛନ୍ତି ତାଙ୍କର ଅବସ୍ଥା ଯାହା ହୋଇଛି ଏବେ
ବିକ୍ରି ହୋଇଥିବା ନେତାଙ୍କ ଅବସ୍ଥା ମଧ୍ୟ ସେଇଆ ହେବ । ଏମାନଙ୍କର ରାଜନୀତି ମଧ୍ୟ ଶେଷ ହୋଇଯିବ
ବୋଲି ବିଜେଡି ବିଧାୟକ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା