ରାମ ନବମୀରେ ଉତ୍ସବ ମୁଖର ହୋଇ ଉଠିଛି ସାରା ଚାନ୍ଦବାଲି
ଭଦ୍ରକ, ୨୭ ମାର୍ଚ୍ଚ (ହି.ସ.) -ପବିତ୍ର ରାମ ନବମୀ ଅବସରରେ ଉତ୍ସବ ମୁଖର ହୋଇଉଠିଛି ସାରା ଚାନ୍ଦବାଲି ଅଞ୍ଚଳ। ଧର୍ମୀୟ ଉତ୍ସାହ ଓ ଭକ୍ତିମୟ ପରିବେଶ ମଧ୍ୟରେ ବହୁ ସିଙ୍ଗିଟି ବଜରଙ୍ଗ ବାଲି ଙ୍କ ଠାରେ ପୂଜା ଅର୍ଚ୍ଚନା କରାଯାଇ ବାଜା,ବାଣ,ଘଣ୍ଟ,ଘଣ୍ଟା ରେ ଭଦ୍ରକ ଅଭିମୁଖେ ବାହାରି ଥିଲେ ଭକ୍ତ ମାନେ।ସେହି
chandabali rama nabami uschhab mukhara


ଭଦ୍ରକ, ୨୭ ମାର୍ଚ୍ଚ (ହି.ସ.) -ପବିତ୍ର ରାମ ନବମୀ ଅବସରରେ ଉତ୍ସବ ମୁଖର ହୋଇଉଠିଛି ସାରା ଚାନ୍ଦବାଲି ଅଞ୍ଚଳ। ଧର୍ମୀୟ ଉତ୍ସାହ ଓ ଭକ୍ତିମୟ ପରିବେଶ ମଧ୍ୟରେ ବହୁ ସିଙ୍ଗିଟି ବଜରଙ୍ଗ ବାଲି ଙ୍କ ଠାରେ ପୂଜା ଅର୍ଚ୍ଚନା କରାଯାଇ ବାଜା,ବାଣ,ଘଣ୍ଟ,ଘଣ୍ଟା ରେ ଭଦ୍ରକ ଅଭିମୁଖେ ବାହାରି ଥିଲେ ଭକ୍ତ ମାନେ।ସେହି ଭଳି ଘଂଟେଶ୍ୱର ବଜାର ନିକଟରୁ ଏକ ଭବ୍ୟ ମେଢ଼ ପୂଜା ଅର୍ଚ୍ଚନା କରାଯାଇ ବାଣ,ବାଜା ରୋଷଣୀ ରେ ଭଦ୍ରକ ଅଭିମୁଖେ ବାହାରିଥିଲେ ଭବ୍ୟ ସୁସଜ୍ଜିତ ଶ୍ରୀ ରାମ ଚନ୍ଦ୍ର ଙ୍କ ଭବ୍ୟ ମେଢ଼। ରାମ ନବମୀ ଉପଲକ୍ଷେ ଭଦ୍ରକ ଜିଲ୍ଲା ରେ ଦେଖିବାକୁ ମିଳିଛି ଅପୂର୍ବ ଧାର୍ମିକ ଉତ୍ସାହ। ପୁଜା ଅର୍ଚ୍ଚନା ସରିବା ପରେ ଘଂଟେଶ୍ୱର ଓ ମତୋ ଠାରୁ ଆରମ୍ଭ ହୋଇଥିବା ଏହି ଶ୍ରୀ ରାମଚନ୍ଦ୍ର ଙ୍କ ଭବ୍ୟ ମେଢ଼ରେ ସହସ୍ରାଧିକ ଭକ୍ତ ମାନେ ଯୋଗ ଦେଇଥିଲେ। ଢୋଲ, ଝାଞ୍ଜ ଓ ଶଂଖ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ପରିବେଶ। ପୁଷ୍ପରେ ସୁସଜ୍ଜିତ ରଥରେ ଭଗବାନ ଶ୍ରୀରାମଙ୍କ ମୂର୍ତ୍ତିକୁ ବସାଇ ଅଞ୍ଚଳ ର ବିଭିନ୍ନ ରାସ୍ତା ଦେଇ ମେଢ଼ ଭଦ୍ରକ ଅଭୂମୁଖେ ଅଗ୍ରସର ହୋଇଥିଲା। ଶାନ୍ତି ଶୃଙ୍ଖଳା ର ସହିତ ମେଢ଼ ଗୁଡ଼ିକ ଭଦ୍ରକ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।ଏପଟେ ଚାନ୍ଦବାଲି ଥାନା ପୋଲିସ ଓ ମତୋ ଫାଣ୍ଡି ପୋଲିସ ସୁରକ୍ଷା କୁ ଦୃଷ୍ଟିରେ ରଖି ଛକ ଛକ ରେ ପୋଲିସ ମୁତୟନ କରାଯିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande