ଛାତ୍ରଛାତ୍ରୀ ଅଇଁଠା ପତ୍ର ଉଠାଇବା ମାମଲା : ମାମଲା ସମାଧାନ କରିବାକୁ ଅଭିଯୋଗକାରୀଙ୍କ ଉପରେ ଚାପ, ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା, ୨୭ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ବ୍ଲକ ସାହାସପୁର ଉଚ୍ଚ ବିଦ୍ୟାଳୟରେ ସ୍କୁଲ୍ ପାଖ ପଡିଆରୁ ଛାତ୍ରଛାତ୍ରୀମାନଙ୍କୁ ଅଇଁଠାପତ୍ର ଉଠାଇବା ମାମଲା ଗତ ଦୁଇମାସ ହେଲା ବିତିଗଲାଣି । ଏଥିରେ ମୁଖ୍ୟ ଅଭିଯୋଗକାରୀ ରମେଶ କୁମାର ସେଠୀ ଏ ନେଇ ସଦର ଥାନାରେ ଏତଲା ଦେଇଥିଲେ । ପ୍ରଧାନ ଶିକ୍ଷୟିତ
--------------ଛାତ୍ରଛାତ୍ରୀ ଅଇଁଠା ପତ୍ରଉଠାଇବାମାମଲା


କେନ୍ଦ୍ରାପଡା, ୨୭ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ବ୍ଲକ ସାହାସପୁର ଉଚ୍ଚ ବିଦ୍ୟାଳୟରେ ସ୍କୁଲ୍ ପାଖ ପଡିଆରୁ ଛାତ୍ରଛାତ୍ରୀମାନଙ୍କୁ ଅଇଁଠାପତ୍ର ଉଠାଇବା ମାମଲା ଗତ ଦୁଇମାସ ହେଲା ବିତିଗଲାଣି । ଏଥିରେ ମୁଖ୍ୟ ଅଭିଯୋଗକାରୀ ରମେଶ କୁମାର ସେଠୀ ଏ ନେଇ ସଦର ଥାନାରେ ଏତଲା ଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମର୍ଥକ ଅଭିଯୋଗକାରୀ ରମେଶଙ୍କୁ ଗାଳିଗୁଲଜ କରିବା ସହ ମାରଧର କରିଥିଲେ ଏବଂ ଜୀବନରେ ମାରିବା ପାଇଁ ଧମକ ଦେଇଥିଲେ । ଏନେଇ ମୁଖ୍ୟ ଅଭିଯୋଗକାରୀ ସଦରଥାନାରେ ଏତଲା ଦେଇଥିଲେ । ଥାନା ଅଧିକାରୀ ରମେଶ କୁମାର ସେଠୀଙ୍କ ଏତଲାକୁ ପଂଜୀକରଣ କରି ହାତବାନ୍ଧି ବସିଥିବା ବେଳେ ଅଭିଯୁକ୍ତମାନେ ମୁଖ୍ୟ ଅଭିଯୋଗକାରୀ ଶ୍ରୀ ସେଠୀଙ୍କୁ ମାମଲାକୁ ସମାଧାନ କରିବା ପାଇଁ ଧମକ ଦେଉଥିବାବେଳେ ଥାନା ଅଧିକାରୀ ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ନେଇ ଶ୍ରୀ ସେଠୀ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ, ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande