
ଭୁବନେଶ୍ୱର, 27 ମାର୍ଚ୍ଚ (ହି.ସ.)- ସରକାର ଗାଁରେ
ବଜେଟ ସଭା କରିବା ପ୍ରସଙ୍ଗରେ ମତ ରଖିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ । ସେ କହିଛନ୍ତି ଏ
ସରକାର ହେଉଛନ୍ତି ଡ୍ରାମାବାଜ ଏବଂ ଭାଷଣ ବାଜିର ସରକାର । ଏ ସରକାର କେବଳ ବଡ ବଜେଟ ଘୋଷଣା
କରୁଛନ୍ତି କିନ୍ତୁ ଗ୍ରାଉଣ୍ଡରେ ଏହାର କିଛି ପ୍ରଭାବ ରହୁନାହିଁ । ରାଜ୍ୟ ସରକାର ଯେଉଁ ବଜେଟ
ପ୍ରକାଶ କରୁଛନ୍ତି ତାହା ଋଣକୁ ବଢ଼ାଉଥିବା ବଜେଟ । ରାଜ୍ୟରେ ଏବେ ଋଣ ଭାର ଏକ ଲକ୍ଷ 50 ହାଜର
କୋଟି ଟଙ୍କାରେ ପହଁଚିଲା । ରାଜ୍ୟ ସରକାର ବିଭିନ୍ନ ବିଭାଗର ବଜେଟ ଅର୍ଥ ଖର୍ଚ୍ଚ
କରିପାରୁନାହାନ୍ତି । ବଜେଟ ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି । ଜିଡିପି ବଢିବା ବଦଳରେ କମୁଛି ।
ମାଇନ୍ସର ରେଭିନ୍ୟୁ ମଧ୍ୟ କମି କମି ଯାଉଛି । ରାଜ୍ୟରେ ଏବେ ନିକମା ସରକାର ଚାଲିଛି । ତେଣୁ ଏ
ସରକାର ନିଜେ ଆଗ ବଜେଟ କଣ ବୁଝନ୍ତୁ ତାପରେ ଯାଇ ଲୋକଙ୍କୁ ବୁଝେଇବେ । ଏ ସରକାର କେବଳ ଲୋକଙ୍କୁ
ଚକମା ଦେଖାଇବା ସରକାର ବୋଲି କହି ବର୍ଷିଛନ୍ତି ଧ୍ରୁବ ସାହୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା